Categories: ଜାତୀୟ

ଭାଜପାରେ ମିଶିବେ ୫୦ କଂଗ୍ରେସ ବିଧାୟକ: ଭାଜପା ନେତାଙ୍କ ଦାବି ନେଇ ରାଜନୀତି ସରଗରମ

ବେଙ୍ଗାଲୁରୁ,୬।୧୧: ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ପୂର୍ବତନ ବିଧାୟକ ମୁରୁଗେଶ ନିରାନୀଙ୍କ ଦାବି କର୍ନାଟକ ରାଜନୀତିରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ବିଜୟପୁରରେ ସେ କହିଛନ୍ତି,ଅତି କମରେ ୫୦ ଜଣ କଂଗ୍ରେସ ବିଧାୟକ ଖୁବ ଶୀଘ୍ର ଭାଜପାରେ ଯୋଗଦେବାକୁ ଯାଉଛନ୍ତି। ଭାଜପା ନେତାଙ୍କ ଏହି ବିବୃତ୍ତିରେ ଶିଳ୍ପ ମନ୍ତ୍ରୀ ଏମ.ବି ପାଟିଲ ମଧ୍ୟ ପଛଘୁଞ୍ଚା ଦେଇଛନ୍ତି।
ନିରାନୀ କହିଛନ୍ତି, ଶାସକ କଂଗ୍ରେସରେ ଚାରୋଟି କ୍ୟାମ୍ପ ଅଛି। ପ୍ରତ୍ୟେକ କ୍ୟାମ୍ପ୍‌ ଡେପୁଟି ସିଏମ ଦାବି କରୁଛନ୍ତି। ଏକଜୁଟ ହେବାକୁ ପ୍ରଶାସନ କୌଣସି ଉଦ୍ୟମ ମଧ୍ୟ କରୁନାହିଁ। ବିକାଶ ପାଇଁ ଟଙ୍କା ନାହିଁ ଏବଂ ଏହି ସରକାର କିଛି ମାସ ମଧ୍ୟରେ ହଟିବ। ସମସ୍ତ କଂଗ୍ରେସ ବିଧାୟକ ଏହା ଜାଣିଛନ୍ତି ଏବଂ ସେଥିପାଇଁ ସେମାନେ ଭାଜପାରେ ଯୋଗଦେବାକୁ ଚେଷ୍ଟା କରୁଛନ୍ତି।
ମୁରୁଗେଶ ନିରାନୀଙ୍କ ଏହି ବିବୃତ୍ତିର ଉତ୍ତରରେ ଶିଳ୍ପ ମନ୍ତ୍ରୀ ଏମ.ବି ପାଟିଲ କହିଛନ୍ତି , ଯଦି ଭାଜପା କଂଗ୍ରେସର ଜଣେ ବିଧାୟକଙ୍କୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରେ, ତେବେ କଂଗ୍ରେସ ମଧ୍ୟ ଅତି କମରେ ୨୫ ଜଣ ବିଧାୟକଙ୍କୁ ଭାଙ୍ଗିବ। ଆମର ୧୩୬ ଜଣ ବିଧାୟକଙ୍କ ସହ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଅଛି। ଯଦି ଭାଜପା ଆମର ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରେ, ତେବେ ଆମେ ମଧ୍ୟ ଆମ ଦଳରେ ୨୫ ଜଣ ଭାଜପା ବିଧାୟକଙ୍କୁ ସାମିଲ କରିବୁ। ଏଭଳି ପରିସ୍ଥିତିରେ ଆମର ସଂଖ୍ୟା ୧୫୦ କିମ୍ବା ୧୬୦ରେ ପହଞ୍ଚିବ।

Share