ଗଞ୍ଜାମରେ ପୁଣି ୫୦ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮କୁ ବୃଦ୍ଧି

ଛତ୍ରପୁର,୨୬ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଜିଲାରେ ଦିନକରେ ୫୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୩ କରୋନା ଯୋଦ୍ଧା, ୪ ଜଣ ଅନ୍ୟ ରାଜ୍ୟ ଫେରନ୍ତା ଓ ୩୩ ଜଣ ଅନ୍ୟ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଫଳରେ ବର୍ତ୍ତମାନ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୬୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୭୬୮ ଜଣ ସୁସ୍ଥ ହୋଇଥିବା ବେଳେ ୮ଜଣଙ୍କ ମୃତ୍ୟୁ ଘଟିଛି।