Categories: ଜାତୀୟ

ଦେଶରେ ୫୦ କୋଟି ସାଇବର ଆକ୍ରମଣ ରୋକାଯାଇଛି

ନୂଆଦିଲ୍ଲୀ, ୧୧ା୫ : ୨୦୨୩ ପ୍ରଥମ ତ୍ରୈମାସିକରେ ବିଶ୍ୱରେ ୧୦୦ କୋଟି ସାଇବର ଆକ୍ରମଣ ମଧ୍ୟରୁ ଭାରତରେ ୫୦ କୋଟିରୁ ଊର୍ଦ୍ଧ୍ୱ ଆକ୍ରମଣକୁ ରୋକାଯାଇପାରିଛି। ଗତବର୍ଷ ଚତୁର୍ଥ ତ୍ରୈମାସିକରେ ବିଶ୍ୱରେ ୮୨.୯ କୋଟି ସାଇବର ଆକ୍ରମଣ ହୋଇଥିଲା ବେଳେ ଚଳିତବର୍ଷ ପ୍ରଥମ ତ୍ରୈମାସିକରେ ଏହା ୧ ବିଲିୟନକୁ ବୃଦ୍ଧି ପାଇଥିବା ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି। ଆପ୍ଲିକେଶନ ସିକ୍ୟୁରିଟି ସାସ୍‌ ଫାର୍ମ ଇଣ୍ଡୁସ୍‌ଫେସ୍‌ ଅନୁଯାୟୀ ଶିଳ୍ପ ସେକ୍ଟର ତୁଳନାରେ ବ୍ୟାଙ୍କିଙ୍ଗ, ଫାଇନାନ୍ସିଆଲ ସର୍ଭିସ ଏବଂ ବୀମା (ବିଏଫ୍‌ଏସ୍‌ଆଇ) ସେକ୍ଟର ଆପ୍ଲିକେଶନ ପ୍ରତି ୩୮ ପ୍ରତିଶତ ଅଧିକ ଆକ୍ରମଣର ସମ୍ମୁଖୀନ ହୋଇଛି। ଏହି ସମୟରେ ଶିଳ୍ପ ସେକ୍ଟରରେ ଓ୍ବେବ୍‌ସାଇଟ୍‌ ପିଛା ୯,୭୩,୦୦୦ ସାଇବର ଆକ୍ରମଣ ହୋଇଛି। ବିଏଫ୍‌ଏସ୍‌ଆଇ ଏବଂ ସ୍ବାସ୍ଥ୍ୟସେବା ସେକ୍ଟରର ବ୍ୟକ୍ତିଗତ ପରିଚୟଯୋଗ୍ୟ ତଥ୍ୟ (ପିଆଇଆଇ) ଉପରେ ସାଇବର ଆକ୍ରମଣକାରୀ ଅଧିକ ଆଗ୍ରହ ରଖୁଛନ୍ତି। ଶିଳ୍ପ ଓ ଉତ୍ପାଦନ ସେକ୍ଟର ଡିଡିଓଏସ୍‌ ଆକ୍ରମଣ ଦ୍ୱାରା ଅଧିକ ଟାର୍ଗେଟର ସମ୍ମୁଖୀନ ହେଉଥିବା ଇଣ୍ଡୁସ୍‌ଫେସ୍‌ ସିଇଓ ଆଶିଷ ଟଣ୍ଡନ କହିଛନ୍ତି।

 

Share