Categories: ବାଣିଜ୍ୟ

୫୦ କୋଟିର କାରବାର ଆକଳନ

ଭୁବନେଶ୍ୱର,୨୩।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ରଗ୍‌ ଉତ୍ସବ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ଭାରତର ହସ୍ତତନ୍ତ ଉପତ୍ାଦନ କରୁଥିବା ଏବଂ ସମୃଦ୍ଧ ବୟନ ଐତିହ୍ୟର ସ୍ଥଳୀ ଜୟପୁରର ବହୁ ପ୍ରତୀକ୍ଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ରଗ ଉତ୍ସବରେ ଭାରତୀୟ କାରିଗରମାନଙ୍କ କଳା ସାମଗ୍ରୀ ଦେଖିବାକୁ ମିଳିବ। ସେହିଭଳି ଦୀର୍ଘ ଏକ ମାସ ବ୍ୟାପୀ ଚାଲିଥିବା ଥିବା ଏହି ଉତ୍ସବରେ ହସ୍ତତନ୍ତ ସାମଗ୍ରୀର ଏକ ସମୃଦ୍ଧ ପରମ୍ପରା ଦେଖିବାକୁ ମିଳିବ। ଗତ ବର୍ଷ ଏହି ଉତ୍ସବରେ ୧୫ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଚଳିତ ବର୍ଷ ପ୍ରାୟ ୫୦ କୋଟି ଟଙ୍କାର କାରବାର ହେବା ନେଇ ଆୟୋଜନଙ୍କ ପକ୍ଷରୁ ଆକଳନ କରାଯାଇଛି। ରଗ୍‌ ଉତ୍ସବ ଜୟପୁର ରଗ କାରିଗରଙ୍କ ଅତୁଳନୀୟ କାରିଗରି ସମ୍ମାନ ଦେବା ସହିତ ଦେଶବ୍ୟାପୀ ରଗର କଳାକୁ ପ୍ରସାରିତ କରାଯାଉଥିବାବେଳେ ବିଶ୍ୱର ଦର୍ଶକ ଓ ଗ୍ରାହକଙ୍କ ପାଇଁ ଏହା ଏକ ଆଧୁନିକ ଡିଜାଇନ ସହିତ ପରମ୍ପରାକୁ ମଧ୍ୟ ପ୍ରତିପାଦିତ କରିବ।
ଏ ସମ୍ପର୍କରେ ଜୟପୁର ରଗସର ପ୍ରମୁଖ ସଦସ୍ୟ ଯୋଗେଶ ଚୌଧୁରୀ କହିଥିଲେ,ରଗ୍‌ ଉତ୍ସବ କେବଳ ଏକ ପର୍ବ ନୁହେଁ ଏହା ମାନବର ଆତ୍ମା ଓ ସୃଜନଶୀଳତାର ଏକ ଉତ୍ସବ ହୋଇଥିଲାବେଳେ ବିଶ୍ୱରେ ଭାରତର ଆତ୍ମାକୁ ପ୍ରତିଫଳିତ କରୁଥିବା ଏହା ଏକ କାର୍ଯ୍ୟକ୍ରମ ବୋଲି ଯୋଗେଶ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଦିଲ୍ଲୀ, ମୁମ୍ବାଇ, ପୁଣେ, ଜୟପୁର, ବେଙ୍ଗାଲୁରୁ, ଚେନ୍ନାଇ, ଅହମଦାବାଦ, ସୁରଟ ସମେତ ଅନଲାଇନ ପ୍ଲାଟଫର୍ମରେ ଥିବା ରଗ ଷ୍ଟୋର ସହିତ ଯୋଗାଯୋଗ କରି ଗ୍ରାହକମାନେ ସେମାନଙ୍କର ମନପସନ୍ଦର ସାମଗ୍ରୀ ପାଇପାରିବେ।

Share