ମଙ୍ଗଳା ମନ୍ଦିର ବିକାଶ ପାଇଁ ୫୦ କୋଟି

ନିମାପଡ଼ା/କାକଟପୁର/ଅସ୍ତରଙ୍ଗ/ ଯୋଗେଶ୍ୱରପୁର (ବିଚିତ୍ରାନନ୍ଦ ସାହୁ/ରଞ୍ଜନ ପଟ୍ଟନାୟକ/ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା/ରଶ୍ମିରଞ୍ଜନ ସାହୁ)୧୪ା୭: ପୁରୀ ଜିଲା ନିମାପଡ଼ାର ମା’ ପୂର୍ଣ୍ଣେଶ୍ୱରୀ ମନ୍ଦିର ଠାରୁ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର ପର୍ଯ୍ୟନ୍ତ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଐତିହ୍ୟ ସଚେତନତା ପଦଯାତ୍ରା କରିଛନ୍ତି। ପୁରୀ ଜିଲାରେ ପର୍ଯ୍ୟଟନର ବିକାଶ ଓ ସଚେତନତା ପାଇଁ ବିଶ୍ୱ ଐତିହ୍ୟ ଦିବସ ଅବ୍ୟବହିତ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପରିଡ଼ା ଏହି ପଦଯାତ୍ରା କରିବା ସହ ନିମାପଡ଼ା-କୋଣାର୍କ- ଅସ୍ତରଙ୍ଗକୁ ନେଇ ତ୍ରିକୋଣୀୟ ପର୍ଯ୍ୟଟନ ଭୂମି ହେବ ବୋଲି କହିଛନ୍ତି। କୁଶଭଦ୍ରା ଓ ପ୍ରାଚୀ ନଦୀ ତଟରେ ଥିବା ମଠ, ମନ୍ଦିର, ପୀରଜାହାନିଆ ପୀଠ ଓ ବେଳାଭୂମି, ଭାଗବତ ଟୁଙ୍ଗି ସମେତ ଗ୍ରାମାଞ୍ଚଳରେ ଥିବା ପୁରୁଣା କୀର୍ତ୍ତିରାଜିକୁ ଅନୁଧ୍ୟାନ କରାଯାଇ ଐତିହ୍ୟରେ ସାମିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ପରିଡ଼ା ଅପରାହ୍ନରେ କାକଟପୁରରେ ପହଞ୍ଚତ୍ ମା’ ମଙ୍ଗଳାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ପର୍ଯ୍ୟଟନ ବିଭାଗ ତରଫରୁ ମନ୍ଦିର ଉନ୍ନତୀକରଣ ପାଇଁ ୫୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ପରେ ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ମନ୍ଦିର ଉନ୍ନତୀକରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ପରିଡ଼ା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଯାଦବ, ଓଟିଡିସି ଇଞ୍ଜିନିୟର ଅକ୍ଷୟ କୁମାର ସାହୁ, ମଙ୍ଗଳା ମନ୍ଦିର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା, ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ, ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି କମଳ ଲୋଚନ ଦୀକ୍ଷିତ, ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ତାପସ ଦୀକ୍ଷିତ, ମାନସ ଦୀକ୍ଷିତ, ବିଡିଓ ବିଷ୍ଣୁ ଗୋବିନ୍ଦ, ଏସ୍‌ଡିପିଓ ପ୍ରଭାତ ମଲ୍ଲିକ, କାକଟପୁର ଥାନା ଅଧିକାରୀ ବିଜୟ କେତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ତୁରନ୍ତ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କଲେ ମନ୍ଦିର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ ବୋଲି ସେବାୟତମାନଙ୍କୁ ଉପମୁଖ୍ୟମନ୍ତ୍ରୀ କହିଥିଲେ। ଶନିବାର ସକାଳ ୭ଟା ୧୫ରେ ମା’ ପୂର୍ଣ୍ଣେଶ୍ୱରୀ ମନ୍ଦିରରୁ ପଦଯାତ୍ରାରେ ପରିଡ଼ା ବାହାରି ମଙ୍ଗଳା ମନ୍ଦିର ନିକଟରେ ଅପରାହ୍ନ ୫ଟା ୩୦ରେ ପହଞ୍ଚତ୍ଥିଲେ। ବିଭିନ୍ନ ସ୍ଥାନରେ ପରିଡ଼ାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଭେଟି ସ୍ଥାନୀୟ ଅଞ୍ଚଳର କୀର୍ତ୍ତିରାଜି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପରିଡ଼ା ନିଜେ ପଢିଥିବା ବିଦ୍ୟାଳୟ ନୂଆହାଟ ହାଇସ୍କୁଲ ପରିଦର୍ଶନ କରିଥିଲେ। ପଦଯାତ୍ରାରେ ସଂକୀର୍ତ୍ତନ ମଣ୍ଡଳୀ ଓ ଜନସାଧାରଣଙ୍କ ସମେତ ନିମାପଡ଼ାର ପୂବର୍ତନ ବିଧାୟକ ବାଇଧର ମଲ୍ଲିକ, କାକଟପୁରର ପୂବର୍ତନ ବିଧାୟକ ସୁରେନ୍ଦ୍ର ସେଠୀ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତି ନାୟକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ଅସ୍ତରଙ୍ଗ ପୂର୍ବତନ ସମିତି ସଭ୍ୟ ଦିବାକର ଛାଟୋଇ, ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଏନ୍‌ଏସି ଉପନଗରପାଳ ସନ୍ତୋଷ ଦାଶ, ସାଇଁସ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, କାଉନସିଲର ନିରଞ୍ଜନ ନାୟକ, ଅନସୂୟା ପାଣି, ଭାଜପା ପୁରୀ ଜିଲା ଉପସଭାପତି ରତିକାନ୍ତ ବେହେରା, ଜିଲା ଯୁବମୋର୍ଚ୍ଚା ସମ୍ପାଦକ ରାକେଶ ବିଶ୍ୱାଳ, କାର୍ଯ୍ୟକାରିଣୀ ସଦସ୍ୟ ମଙ୍ଗଳା ପ୍ରସାଦ ସାମନ୍ତରାୟ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ନ ଉଠାଇଲେ ସରକାର…’, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ…

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଇଡ଼ା ବ୍ଲକର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜରା ରେଲଓ୍ବେ ସାଇଡିଂରେ ମାଓବାଦୀ ପୁଣି ସକ୍ରିୟ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri