Advertisement

୨୫ ବର୍ଷ ହେଲା ୫୦ ଦଳିତ ପରିବାର ଗାଁରୁ ବିତାଡ଼ିତ: ଅନିର୍ଦ୍ଦିଷ୍ଟକାଳ ପାଇଁ ଗଣଧାରଣା ନିଷ୍ପତି

ଛତ୍ରପୁର, ୨୪।୩(ସନ୍ତୋଷ ପାଢ଼ୀ): ଗତ ୨୦୦୦ ମସିହାରେ ଜାତିଗତ ଘୃଣା କାରଣରୁ ଆସିକା ବ୍ଳକ ବାଲିଛାଇ ଗ୍ରାମର ୫୦ରୁ ଉଦ୍ଧର୍‌ବ ଦଳିତ ପରିବାର ଗାଁରୁ ବିତାଡିତ ହୋଇଛନ୍ତି। ସେମାନେ ଦୀର୍ଘ ୨୫ ବର୍ଷ ଧରି ପ୍ରଶାସନ ଓ ପୋଲିସ ପାଖରେ ବାରମ୍ବାର ଫେରାଦ ହେଲେ ବି ସେମାନଙ୍କୁ ଗାଁକୁ ଫେରାଇ ନେବାରେ ବିଫଳ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସେହି ପୀଡିତ ଦଳିତ ପରିବାରମାନଙ୍କୁ ନ୍ୟାୟ ତଥା ଗାଁକୁ ଫେରାଇବାକୁ ଦାବିରେ ଗଞ୍ଜାମ ଜିଲା ଦଳିତ ମହାସଭା ଉଦ୍ୟମରେ ସମ୍ପୃକ୍ତ ପୀଡ଼ିତ ପରିବାରମାନେ ମଙ୍ଗଳବାରଠାରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳପାଇଁ ଗଣ ଧାରଣାରେ ବସିବାକୁ ନିଷ୍ପତି ନେଇଛନ୍ତି। ଏ ସମ୍ପର୍କରେ ଗଞ୍ଜାମ ଜିଲା ଦଳିତ ମହାସଭାର ସଂଗ୍ରାମ ନାୟକ ସୂଚନା ଦେଇଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel