Posted inଜାତୀୟ

୩ ଦିନରେ ୫୦ ମୃତ

ନୂଆଦିଲ୍ଲୀ,୨୨ା୮ : ବାଦଲ ଫଟା ଓ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଦେଶର ବିଭିନ୍ନ ଭାଗରେ ବନ୍ୟା ବିତ୍ପାତ ଲାଗିରହିଛି। ନଦୀଗୁଡ଼ିକ ଫୁଲିଉଠିଥିବାରୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଓଡ଼ିଶାରେ ଭୂସ୍ଖଳନ ସହ ବ୍ରିଜ୍‌ ଭାଙ୍ଗିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏହିସବୁ କାରଣରୁ ଦେଶରେ ୩ ଦିନ ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଆସନ୍ତା ୨ ଦିନ ଧରି ବିଭିନ୍ନ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ କରାଯାଇଛି।

ହିମାଚଳ ପ୍ରଦେଶରେ ରବିବାର ବର୍ଷା ଯୋଗୁ ବନ୍ୟା ସହ ଭୂସ୍ଖଳନ ଘଟିଛି। ଏଥିରେ ୫ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଶନିବାର ସୁଦ୍ଧା ରାଜ୍ୟରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଆହତ ହୋଇଥିଲେ। ସର୍ବାଧିକ କ୍ଷତି ମଣ୍ଡି, କଙ୍ଗରା ଓ ଚମ୍ପା ଜିଲାରେ ଘଟିଛି। ହିମାଚଳରେ ୩ ଦିନରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ହଜାର ଲୋକ ବିଭିନ୍ନ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ସେହିପରି ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁ ୪ ଜଣଙ୍କ ଜୀବନ ଯାଇଥିବାବେଳେ ଅନ୍ୟ ୧୩ ଜଣ ନିଖୋଜ ହୋଇଯାଇଛନ୍ତି।

ଓଡ଼ିଶାରେ କାନ୍ଥ ଭୁଶୁଡ଼ି ଓ ବନ୍ୟାଜଳରେ ଭାସିଯାଇ ଅନୂ୍ୟନ ୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ପ୍ରାୟ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସରକାର ୧୨୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ସେହିପରି ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ନଲକାରି ନଦୀର ଉଛୁଳା ପାଣିରେ ୫ ଜଣ ଭାସିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶ କୁମାରଙ୍କୁ ପ୍ରଶଂସା, ଲାଲୁଙ୍କୁ କଟାକ୍ଷ କଲେ ମୋଦି

ଭାଗଲପୁର,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରରେ ପହଞ୍ଚି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଜାରି କରିଛନ୍ତି। ଏହାସହ ବିଭିନ୍ନ ବିକାଶମୂଳକ...

Richest Chief Minister: ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ, ସମ୍ପତ୍ତି ଶୁଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୨: ଭାରତୀୟ ରାଜନୀତି ବିଷୟରେ ଗୋଟିଏ କଥା ସତ୍ୟ ଯେ ଏଠାରେ କେବଳ ଧନୀ ଲୋକଙ୍କର ହିଁ ପ୍ରାଧାନ୍ୟ ରହିଛି। ପ୍ରକୃତରେ, ଭାରତରେ ନିର୍ବାଚନ ପ୍ରକ୍ରିୟା...

ମହାକୁମ୍ଭରେ ବୁଡ଼ ପକାଇଲେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର

ପ୍ରୟାଗରାଜର,୨୪।୨: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ପାଇଁ ଲୋକଙ୍କ ଭିଡ଼ କମିବାର ନାଁ ନେଉନାହିଁ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼...

କୋଟି କୋଟି ଚାଷୀଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା, ଆପଣଙ୍କ ଆକାଉଣ୍ଟକୁ ଆସିଛି କି ନାହିଁ ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୪।୨: ସୋମବାର କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୧୯ତମ କିସ୍ତି ଯୋଗ୍ୟ ଚାଷୀ ପରିବାରଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଛନ୍ତି। ପିଏମ-କିଷାନ...

ଭାରତର ଚମତ୍କାର ବିଜୟ ପରେ ଆସିଲା IIT ବାବାଙ୍କ ପ୍ରତିକ୍ରିୟା: ଏମିତି କହିଲେ ସମସ୍ତେ ଶୁଣି ମୁଣ୍ଡରେ ଦେବେ ହାତ

ନୂଆଦିଲ୍ଳୀ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ସମଗ୍ର ମ୍ୟାଚ୍‌ରେ ଏପରି ଗୋଟିଏ ବି ଘଟଣା ଘଟି ନ ଥିଲା ଯେତେବେଳେ...

ମହାରାଷ୍ଟ୍ରରେ ପୌରନିର୍ବାଚନ ପୂର୍ବରୁ ସାକ୍ଷାତ କଲେ ଏହି ଦୁଇ ବଡ଼ ନେତା: ହେବକି ମେଣ୍ଟ!

ମୁମ୍ବାଇ,୨୪।୨: ଆଗକୁ ମହାରାଷ୍ଟ୍ର ପୌରନିର୍ବାଚନ। ନିର୍ବାଚନ ପୂର୍ବରୁ ସାକ୍ଷାତ କରିଛନ୍ତି ମହାରାଷ୍ଟ୍ରର ଏହି ଦୁଇ ବଡ଼ ନେତା। ଏହି ଦୁଇ ନେତାଙ୍କ ସାକ୍ଷାତ ପରେ ମହାରାଷ୍ଟ୍ରରେ...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହା ଅନ୍ୟ...

ଦିଲ୍ଲୀ ବିଧାନସଭାର ୩ ଦିନିଆ ଅଧିବେଶନ ଆରମ୍ଭ: ଶପଥ ନେଲେ କାମଚଳା ବାଚସ୍ପତି

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ ଭାଜପାର ନୂଆ ସରକାର ଗଠନ ପରେ ପ୍ରଥମ ବିଧାନସଭା ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅଧିବେଶନ ୩ ଦିନ ଧରି ଚାଲିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image