Categories: ଜାତୀୟ

ରାଜୌରୀ ଆକ୍ରମଣ ଘଟଣାରେ ୫୦ ଅଟକ

ଜମ୍ମୁ,୧୧ା୧: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଜାନୁୟାରୀ ୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ରାଜ୍ୟ ପୋଲିସ ୫୦ ଜଣଙ୍କୁ ଅଟକ ରଖି ଜେରା କରୁଛିି। ରାଜୌରୀର ଧାଙ୍ଗ୍ରି ଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ। ଅଟକ ସନ୍ଦିଗ୍ଧମାନଙ୍କୁ ପୋଲିସ ସମେତ ବିଭିନ୍ନ ଗୋଇନ୍ଦା ସଂସ୍ଥାର ଅଧିକାରୀମାନେ ଜେରା କରୁଛନ୍ତି। ସେମାନଙ୍କଠାରୁ ମିଳିଥିବା ସୂଚନା ତଦନ୍ତକୁ ଆଗକୁ ବଢ଼ାଇବାରେ ସହାୟକ ହେବ ବୋଲି କୁହାଯାଉଛି।

Share