୪ ବିମାନ ବନ୍ଦର ପାଇଁ ନିଯୁକ୍ତି ହେବେ ୫୦ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟସରକାର ଅନୁମୋଦନ କରିଛନ୍ତି । ଆଞ୍ଚଳିକ କନେକ୍‌ଟିଭିଟି ସ୍କିମ (ଆରସିଏସ) – ୟୁଡିଏଏନ୍‌ ଯୋଜନାରେ ୪ଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କ ୫୦ଟି ପଦବୀ ସୃଷ୍ଟି ପାଇଁ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଝାରସୁଗୁଡ଼ା ଉତକେଲା, ରାଉରକେଲା, ଏବଂ ଜୟପୁର ବିମାନବନ୍ଦର ପାଇଁ ଏହି ପଦବୀ ସୃଷ୍ଟି କରାଯିବ।
ଏହି ୫୦ଟି ପୋଷ୍ଟ ମଧ୍ୟରୁ ୯ଟି ଲେଖାଏ ପଦବୀ ଉତକେଲା ଏବଂ ଜୟପୁର ବିମାନବନ୍ଦର ପାଇଁ ହୋଇଥିବା ବେଳେ ୧୬ଟି ଲେଖାଏ ପଦବୀ ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦର ପାଇଁ ହୋଇଥିବା ସୂଚନା ମିଳିଛି।

Share