Categories: ଜାତୀୟ

ପ୍ରବଳ ବର୍ଷା, ବାତିଲ୍‌ ହେଲା ୫୦ରୁ ଅଧିକ ବିମାନ

ମୁମ଼୍ବାଇ, ୦୮।୦୭: ମହାରାଷ୍ଟ୍ରର ରାଜଧାନୀ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ସକାଳୁ ପ୍ରବଳ ବର୍ଷା ହୋଇଥିଲା । ଫଳରେ ମୁମ଼୍ବାଇ ସହରର ଏବଂ ବସ୍ତି ଅଞ୍ଚଳର ରାସ୍ତାଘାଟରେ ପାଣି ଜମି ରହିଛି । ଗାଡ଼ି ମଟର ସ଼୍ବଭାବିକ ଭାବେ ଜାତାୟତ କରିପାରୁନଥିବାରୁ ଟ୍ରାଫିକ୍‌ ଜାମ୍‌ ଭଳି ସ୍ଥିତି ଉପୁଜୁଛି । ବର୍ଷା କାରଣରୁ ମୁମ଼୍ବାଇ ବିମାନ ବନ୍ଦରରେ ୫୦ ବିମାନ ଉଡ଼ାଣକୁ ବାତିଲ୍‌ କରାଯାଇଛି । ଏହାଛଡ଼ା ମୁମ଼୍ବାଇ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ୨୭ଟି ଫ୍ଲାଇଟ୍‌କୁ ଅନ୍ୟ ବିମାନ ବନ୍ଦରରେ ଅବତରଣ କରିବକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତୀୟ ପାଣିପାଗ ବିଭାଗ ମୁମ଼୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି । ଗତକାଲି ରାତି ୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ମୁମ଼୍ବାଇରେ ପ୍ରବଳ ବର୍ଷା ହୋଇଥିଲା । ପାଖାପାଖି ୩୦୦ ମିମି ବର୍ଷା ରେକର୍ଡ କରାଯାଇଥିଲା ।

Share