୫୦ ଭାରତୀୟ ଛାତ୍ର ଆଧୁନିକ ଗୋଲାମିର ଶିକାର

ଲଣ୍ଡନ,୧୧ ।୨: ବ୍ରିଟେନରେ ୫୦ରୁ ଅଧିକ ଭାରତୀୟ ଛାତ୍ର ଆଧୁନିକ ଗୋଲାମିର ଶିକାର ହେବା ଆଶଙ୍କା କରାଯାଉଛି । ମୂଳଭାବେ କେରଳରେ ରହୁଥିବା ୫ ଜଣଙ୍କ ଉପରେ ଏହି ଛାତ୍ରମାନଙ୍କୁ ନର୍ଥ ୱେଲ୍ସର କେୟାର ହୋମ୍ସରେ କାମ କରାଉଥିବା ଅଭିଯୋଗ ରହିଛି । ବ୍ରିଟେନର ଏକ କୋର୍ଟ ଏହି ୫ ଜଣଙ୍କ ବିରୋଧରେ ଶ୍ରମ ଶୋଷଣ ଅଭିଯୋଗର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ ଭାରତୀୟ ରାଷ୍ଟ୍ରଦୂତ ସାହାଯ୍ୟ ପାଇଁ ସମ୍ପର୍କ କରିବାକୁ କହିଛନ୍ତି ।
ଶ୍ରମ ଶୋଷଣ ପାଇଁ ବ୍ରିଟିଶ ସରକାରଙ୍କ ଏଜେନ୍ସି ଗ୍ୟାଙ୍ଗମାଷ୍ଟର୍ସ ଆଣ୍ଡ ଲେବର ଏବ୍ୟୁଜ ଅଥରିଟି(ଜିଏଲଏଲଲ)ଗତ ୧୪ ମାସରେ ଅନେକ ଛାତ୍ରଙ୍କୁ ଆଧୁନିକ ଦାସତ୍ୱର ସମ୍ଭାବ୍ୟ ଶିକାର ବୋଲି ଚିହ୍ନଟ କରିଛି ।

Share