୫୦ ନିରୀହ ଲୋକଙ୍କ ଉପରେ ଆଖିବୁଜା ଗୁଳି ବର୍ଷା

ମ୍ୟାନମାର୍‌,୨୭।୩: ମ୍ୟାନମାର୍‌ରେ ସୈନ୍ୟବାହିନୀ କ୍ଷମତା ଦଖଲ କରିବା ପରେ ସଙ୍କଟ ଧୀରେଧୀରେ ବଢ଼ିବାରେ ଲାଗିଛି। ଶନିବାର ସୈନ୍ୟ ବାହିନୀଙ୍କ ଆଖିବୁଜା ଗୁଳିମାଡ଼ରେ ୫୦ ଜଣ ନିରୀହ ଲୋକଙ୍କ ମୁତ୍ୟୁ ଘଟିଛି। ଏହାକୁ ଦେଶବ୍ୟାପୀ ନିନ୍ଦା କରାଯାଇଛି। ସୈନ୍ୟ ବାହିନୀ ପକ୍ଷରୁ ଦେଶରେ ଅଗଣତାନ୍ତ୍ରିକ କାର୍ଯ୍ୟ କରାଯାଉଥିବା ବୁଦ୍ଧିଜୀବୀମାନେ କହିଛନ୍ତି। ସୈନ୍ୟ ବାହିନୀ କ୍ଷମତା ଦଖଲ କରିବା ପରେ ଇତିମଧ୍ୟରେ ଦେଶର ୩୦୦ରୁ ଅଧିକ ସାଧାରଣ ଲୋକଙ୍କୁ ଗୁଳି କରାଗଲାଣି। ଏଭଳି ନରସଂହାର ନେଇ ଅନ୍ତର୍ଜାତୀୟ ମହଲରେ ମଧ୍ୟ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି।

Share