ଗାଡ଼ିରୁ ମିଳିଲା ୫୦ କେଜି ସୁନା, ୨ କୁଇଣ୍ଟାଲ ରୁପା

ଭୁବନେଶ୍ୱର,୨୭ା୮(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରୁ ସୋମବାର ୫୦ କେଜି ସୁନା ଓ ୨୦୦ କେଜି ରୁପା ଜବତ ହୋଇଛି। ଦୁଇଟି ଲଜିଷ୍ଟିକ୍‌ ଗାଡ଼ିରୁ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର (ସିଟି ଆଣ୍ଡ ଜିଏସ୍‌ଟି) ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଏହାକୁ ଧରିବା ପରେ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସୁନା ବ୍ୟବସାୟୀଙ୍କ ପକ୍ଷରୁ ମୁମ୍ବାଇରୁ ବିମାନ ଯୋଗେ ଏହା ଓଡ଼ିଶା ପଠାଯାଇଥିଲା ବୋଲି ସୂଚନା ମିଳିଛି। ଜବତ ସୁନା ଓ ରୁପାର ଆନୁମାନିକ ମୂଲ୍ୟ ୩୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ତେବେ ନିୟମ ଅନୁଯାୟୀ ଆବଶ୍ୟକ ଟ୍ୟାକ୍ସ ଦିଆଯାଇ ଏହି ସୁନା ଓ ରୁପା ରାଜ୍ୟକୁ ଅଣାଯାଇଥିଲା ନା ବେଆଇନ ଭାବେ ଚୋରାରେ ଆସିଥିଲା ସେନେଇ ସିଟି ଆଣ୍ଡ ଜିଏସ୍‌ଟି ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ଘଟଣାରେ ବିଭିସି ଲଜିଷ୍ଟିକ୍‌ କୋରିଅର ସଂସ୍ଥାର ଇନ୍‌ଚାର୍ଜ ଦାୟିତ୍ୱରେ ଥିବା ୪ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।
ଦୁଇଟି ବିମାନରେ ଏହି ସୁନା ଓ ରୁପା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ଥିଲା। ଅପରାହ୍ନରେ ବିଭିସି ଲଜିଷ୍ଟିକ୍‌ ପକ୍ଷରୁ ଏସବୁକୁ ଦୁଇଟି ଗାଡ଼ିରେ ନିଆଯାଉଥିଲା। ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିଟି ଆଣ୍ଡ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ଯାଞ୍ଚ ପରେ ସନ୍ଦେହ ହେବାରୁ ଗାଡ଼ିକୁ ଅଟକ ରଖାଯାଇଥିଲା। ପରେ ପୋଲିସ ଉପସ୍ଥିତିରେ ଉକ୍ତ ଗାଡ଼ିରୁ ସୁନା ଓ ରୁପା କଢ଼ାଯାଇ ଓଜନ କରାଯିବା ସହ ତଦନ୍ତ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଜିଏସ୍‌ଟି ଅତିରିକ୍ତ କମିଶନର ମାନସ ସ୍ବାଇଁ କହିଛନ୍ତି, ଉକ୍ତ ସୁନା ଓ ରୁପା ଓଡ଼ିଶାର ବଡ଼ ବଡ଼ ସୁନା ଦୋକାନୀଙ୍କ ପାଖକୁ ଯିବାର ଥିଲା। ଜିଏସ୍‌ଟି ଆକ୍ଟ ଅନୁଯାୟୀ ସୁନା ଓ ରୁପା କାରବାରରେ ଏକାଧିକ ବିଲ୍‌ ଦେଖାଇବା କଥା। ଏହା ବିଲ୍‌ ମଧ୍ୟରେ ଟାକ୍ସ ଇନ୍‌ଭଏସ୍‌, ଇ-ୱେ ବିଲ୍‌ ଆଦି ରହିଛି। ତେବେ ଉକ୍ତ ଲଜିଷ୍ଟିକ୍‌ ଗାଡ଼ି ଯାଞ୍ଚ ବେଳେ ଏହି ଡକ୍ୟୁମେଣ୍ଟ ଆଦି ଦେଖାଯାଇ ନ ଥିଲା। ସେମାନେ ଟ୍ୟାକ୍ସ ଫାଙ୍କିଥିବା ଆମର ସନ୍ଦେହ ହୋଇଥିଲା। ତେଣୁ ଉକ୍ତ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଉକ୍ତ ଟ୍ୟାକ୍ସ ଦସ୍ତାବିଜ ଦେଖାଇବା ପାଇଁ କୁହାଯିବା ସହ ଏନେଇ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର

ବୋରିଗୁମ୍ମା, ୨୪।୧୨(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ପୁପୁଗାଁରେ ଏକ ୬ବର୍ଷର ଶିଶୁକନ୍ୟାଙ୍କୁ ବୁଲା କୁକୁରମାନେ କାମୁଡ଼ିକାମୁଡ଼ି ମାରିଦେଇଥିବା ଜଣାପଡ଼ିଛି। ମୃତକ ହେଲେ...

ଡିସେମ୍ବର ୩୦ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୪ା୧୨: ଆଗାମୀ ଡିସେମ୍ବର ୩୦ ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ...

ଇସ୍ତଫା ଦେଲେ ରଘୁବର ଦାସ, ରାଜନୀତିକୁ ପୁଣି ଫେରିବେ!

ଭୁବନେଶ୍ୱର,୨୪।୧୨: ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା...

ଡା. ହରିବାବୁ କମ୍ଭମ୍ପତି ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ, ୨୪ା୧୨: ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।...

ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ...

ପ୍ରତିଧ୍ୱନୀ ନୃତ୍ୟୋତ୍ସବ ୨୦୨୪ ପାଳିତ

ଭୁବନେଶ୍ଵର,୨୧।୧୨: ଗୁରୁ ଦେବପ୍ରସାଦ ନୃତ୍ୟ ଧାରା, ସିଙ୍ଗାପୁର ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ବର ସ୍ଥିତ ଜିକେସିଏମ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ଉତ୍କଳ ରଙ୍ଗମଞ୍ଚରେ ନୃତୋତ୍ସବ”...

ଚିଟ୍ ଫଣ୍ଡ ସ୍କାମର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ,୨୪।୧୨: ଏକ ସମୟ ଏପରି ଥିଲା ଯେଉଁ ସମୟରେ ଓଡ଼ିଶାର ପ୍ରତ୍ୟେକ ଲୋକେ ଅଧିକ ଲାଭ ଆଶାରେ ଚିଟ୍ ଫଣ୍ଡରେ ଟଙ୍କା ନିବେଶ କରି ଠକାମିର...

ଚାଷୀଙ୍କ ପାଇଁ ବଡ଼ ଆଶ୍ବସ୍ତି: ଧାନର ମାନ କମ୍‌ ଥିଲେ ବି କିଣିବେ ସରକାର

ଭୁବନେଶ୍ୱର,୨୪।୧୨: ରାଜ୍ୟରେ ଅଦିନିଆ ବର୍ଷ କାରଣରୁ ବିଭିନ୍ନ ଜିଲାରେ ଧାନଚାଷୀମାନେ ସଂକଟରେ ପଡିଛନ୍ତି। ବର୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri