Categories: ଜାତୀୟ

କୁମ୍ଭମେଳାରେ ପ୍ରତିଦିନ ୫୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବେ

ଡେରାଡୁନ୍‌, ୭।୧୦: ଆଗକୁ କୁମ୍ଭମେଳା ଆସୁଛି। ୨୦୨୧ ଜାନୁୟାରୀ ୧୪ରେ କୁମ୍ଭମେଳାର ଆରମ୍ଭ ହେବ। ଏହି ସମୟରେ ପ୍ରତିଦିନ ୩୫ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ହରିଦ୍ୱାରର ଗଙ୍ଗାରେ ବୁଡ଼ ପକାଇବେ। ଏହାକୁ ଦୃଷ୍ଟିରେ ରଖି ଗଙ୍ଗା ସଫେଇ କାର୍ଯ୍ୟ ଜାରି ରହିଛି। ହରିଦ୍ୱାର ଏବଂ ଋଷିକେଶର ଗଙ୍ଗା କୂଳରୁ ଅଳିଆ ଆବର୍ଜନା ହଟାଯିବା ସହିତ ପରିମଳ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉଥିବା ଉତ୍ତରାଖଣ୍ଡର କ୍ୟାବିନେଟ୍‌ ମନ୍ତ୍ରୀ ମଦନ କୌଶିକ ସୂଚନା ଦେଇଛନ୍ତି। କୂଳର ଶୋଭାବର୍ଦ୍ଧନ କରୁଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟ ଧାର୍ଯ୍ୟ ସମୟରେ ଶେଷ ହେବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ କହିଥିଲେ ଯେ, କୁମ୍ଭମେଳାକୁ ଦୃଷ୍ଟିରେ ରଖି ଗଙ୍ଗା ସଫେଇ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ଡିସେମ୍ବର ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହେବାର ଆଶା ରହିଛି।

Share