Categories: ଜାତୀୟ

ହନି ଟ୍ରାପ: ଅଶ୍ଳିଳ ଭିଡିଓ କରି ୫୦ରୁ ଅଧୁକ ପୁରୁଷଙ୍କୁ କରିଛନ୍ତି ବ୍ଲାକମେଲ

ବେଙ୍ଗାଲୁରୁ,୧୮।୮: କର୍ନାଟକ ପୋଲିସ ବାଙ୍ଗାଲୋରରେ ଅଶ୍ଳୀଳତା ସହ ଜଡିତ ଏକ ର଼୍ୟାକେଟର ଗୁମର ଖୋଲିଛି। ଜଣେ ମହିଳା ହନିଟ୍ରାପ କରି ପୁରୁଷମାନଙ୍କୁ ଫସାଉ ଥିଲେ ଏବଂ ସେମାନଙ୍କଠାରୁ ବହୁ ପରିମାଣର ଟଙ୍କା ସଂଗ୍ରହ କରୁଥିଲେ। ଏହି ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଜଣେ ମହିଳା ଅଛନ୍ତି, ଯେ କି ଫେରାର ଅଛନ୍ତି।
ମୁଖ୍ୟ ସନ୍ଦିଗ୍ଧ ନେହା ଓରଫ ମେହେର ଏବଂ ତାଙ୍କ ତିନି ସହଯୋଗୀଙ୍କ ସହ ଏକ ମେସେଜିଂ ପ୍ଲାଟଫର୍ମ ମାଧ୍ୟମରେ ପୀଡିତଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିବା ଅଭିଯୋଗ ହୋଇଛି। ପରେ ଶାରୀରିକ ସମ୍ପର୍କ ରଖିବା ପାଇଁ ଘରକୁ ଡାକନ୍ତ। ଏହି ଗ୍ୟାଙ୍ଗ ସମ୍ପର୍କ ରଖିବା ସମୟରେ ଏହାର ଭିଡିଓ ତିଆରି କରୁଥିଲେ। ପରେ ପୀଡ଼ିତଙ୍କୁ ଭିଡିଓ ଦେଖାଇ ଧମକ ଦେଉଥିଲେ।
ଅନୁସନ୍ଧାନକାରୀ ଅଧିକାରୀ କହିଛନ୍ତି ଯେ ଏହି ଜାଲରେ ୫୦ରୁ ଅଧିକ ପୁରୁଷ ଶିକାର ହୋଇଛନ୍ତି। ଯେତେବେଳେ ଜଣେ ପୀଡିତ ଏହି ଗ୍ୟାଙ୍ଗ ବିରୋଧରେ ଅଭିଯୋଗ କରିଥିଲେ ସେତେବେଳେ ମାମଲା ସାମ୍ନାକୁ ଆସିଥିଲା। ପୁଟେନାହାଲ୍ଲୀ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଥିଲା।

Share