କରୋନା ଆକ୍ରାନ୍ତ ବାସ କରୁଥିବା ଅଞ୍ଚଳରେ ୫୦ମିଟର ପର୍ଯ୍ୟନ୍ତ ହେବ ସିଲ୍‌: ଯୋଗୀ ସରକାର

ଲକ୍ଷ୍ନୌ,୨୬।୧୧: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନୂଆ ନିୟମ ପ୍ରଣୟନ କରାଯାଇଛି। କରୋନା ଆକ୍ରାନ୍ତ ବାସ କରୁଥିବା ଅଞ୍ଚଳରେ ୫୦ ମିଟର ପର୍ଯ୍ୟନ୍ତ ସିଲ୍‌ କରିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏକାଧିକ କରୋନା ଆକ୍ରାନ୍ତ ବାସ କରୁଥିବା ଅଞ୍ଚଳରେ ୧୦୦ ମିଟର ସିଲ୍‌ କରାଯିବ। ରାଜ୍ୟର ୧୫ଟି ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ୧୧ରୁ ୨୫ ନଭେମ୍ବର ମଧ୍ୟରେ ଏସବୁ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ସରକାର ସୁରକ୍ଷା ଦୃଷ୍ଟିରୁ କରୋନା ମାର୍ଗଦର୍ଶିକା ପାଳନ ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି।

Share