ତୃତୀୟ ଲହରର ମୁକାବିଲା ପ୍ରସ୍ତୁତି: ଦେଶରେ ନିର୍ମାଣ ହେବ ୫୦ମଡ୍ୟୁଲାର ହସ୍ପିଟାଲ

ନୂଆଦିଲ୍ଲୀ,୧୪।୬: ସାରା ଦେଶରେ କରୋନା ଭାଇରସ୍‌ ଆତଙ୍କ ଜାରି ରହିଛି। ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଥମିବାର ନା ନେଉନି। ଦ୍ୱିତୀୟ ଲହର ସମୟରେ ସାରାଦେଶରେ ସ୍ବାସ୍ଥ୍ୟ ସୁବିଧାର ଘୋର ଅଭାବ ଦେଖାଯାଇଥିବା ବେଳେ ଅନେକ ହସ୍ପିଟାଲରେ ଶଯ୍ୟା, ଔଷଧ ଓ ଅକ୍ସିଜେନର ସମସ୍ୟା ଦେଖାଦେଇଥିଲା। ଯାହାଫଳରେ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମହାମାରୀର ତୃତୀୟ ଲହର ମଧ୍ୟ ଆସିବା ନେଇ ଆଶଙ୍କା କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାର ଏହାର ମୁକାବିଲା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଆଗାମୀ ୨ରୁ ୩ ମାସ ମଧ୍ୟରେ ସାରାଦେଶରେ କେନ୍ଦ୍ର ସରକାର ୫୦ ଇନୋଭେଟିଭ୍‌ ମଡ୍ୟୁଲାର ହସ୍ପିଟାଲ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ୫୦ ମଡ୍ୟୁଲାର ହସ୍ପିଟାଲଗୁଡ଼ିକରେ ଆଇସିୟୁ ସହିତ ୧୦୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯିବ। ୩ସପ୍ତାହରେ ତିଆରି ହେବାକୁ ଥିବା ଏହି ହସ୍ପିଟାଲରେ ପ୍ରାୟ ୩କୋଟି ଟଙ୍କା ବ୍ୟୟ ହେବ। ସାରା ଦେଶରେ ଏହା ୬ରୁ ୭ ସପ୍ତାହ ମଧ୍ୟରେ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି।

Share