କେନ୍ଦ୍ର ପଠାଉଥିବା ଅର୍ଥର ୫୦% ପିସିରେ ଯାଉଛି: ଧର୍ମେନ୍ଦ୍ର

ଛେଣ୍ଡିପଦା,୨୭ା୬(ଅଜିତ ଧଳ): ଓଡ଼ିଶାର ଗରିବ ଲୋକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅନେକ କୋଟି ଟଙ୍କା ପଠାଉଛନ୍ତି। ହେଲେ ରାଜ୍ୟରେ ଶାସନତନ୍ତ୍ର ଭୁଶୁଡି ପଡ଼ିଥିବା କାରଣରୁ ଉକ୍ତ କେନ୍ଦ୍ରୀୟ ଅର୍ଥର ୫୦ ଭାଗ ପିସିରେ ଯାଉଛି। ଅନୁଗୋଳ ଜିଲା ଛେଣ୍ଡିପଦାସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖ ପଡ଼ିଆରେ ସୋମବାର ଭାଜପା ପକ୍ଷରୁ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ୍‌ କରିଛନ୍ତି।
ଅନୁଗୋଳ ଜିଲା ଭାଜପା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଧର୍ମେନ୍ଦ୍ର କହିଛନ୍ତି ଓଡ଼ିଶାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁମାନେ ଲୋକମାନଙ୍କଠାରୁ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି, ସେମାନେ ଆଜି ବାବୁମାନଙ୍କ ଚେୟାର ଉଠାଉଛନ୍ତି। ତାଙ୍କ ପାଇଁ ସଭା ସମିତି ଆୟୋଜନ କରୁଛନ୍ତି। ଏ ପ୍ରକାର ଓଲଟା ଶାସନ ବ୍ୟବସ୍ଥା ପୃଥିବୀର କେଉଁ ଅଞ୍ଚଳରେ ହେଉନାହିଁ। ତେଣୁ ନୀଳବର୍ଣ୍ଣ ମଶୃଗାଳମାନଙ୍କ ମୁଖା ଖୋଲିବାକୁ ହେବ। ଓଡ଼ିଶାରେ ସରକାର ପରିବର୍ତ୍ତନର ଶୁଭ ସଙ୍କେତ ଆଉ ବେଶୀ ଦୂର ନୁହେଁ। ଦୀର୍ଘ ୨୩ ବର୍ଷର ଲମ୍ବା ଶାସନ ମଧ୍ୟରେ ଛେଣ୍ଡିପଦାରେ ପିଇବା ପାଣିର ସୁବିଧା ହୋଇନାହିଁ। ପିଏମ୍‌ ଆବାସରେ ଓଡ଼ିଶାକୁ ୨୭ ଲକ୍ଷ ଘର ଆସିଛି। କିନ୍ତୁ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଉନାହାନ୍ତି। କେନ୍ଦ୍ର ସରକାର ଖଣି ରାଜସ୍ବ ୫ ହଜାର କୋଟିରୁ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବଢାଇଛନ୍ତି। ଅନୁଗୋଳ ଜିଲା ମଧ୍ୟ ଗତ ୯ ବର୍ଷରେ ଓଡ଼ିଶା ରାଜକୋଷକୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଦେଇଛି। ଓଡ଼ିଶାର ୩.୨୫ କୋଟି ଲୋକଙ୍କୁ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି। ମାତ୍ର ଦୀପ ତଳ ଅନ୍ଧାର ଭଳି ଛେଣ୍ଡିପଦାକୁ ଅଣଦେଖା କରାଯାଇଛି। ପାନୀୟ ଜଳ, ଜଳସେଚନ ସମସ୍ୟା ସହିତ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ଛେଣ୍ଡିପଦାକୁ ଆସୁଥିବା କମ୍ପାନୀମାନେ ଜମି ଅଧିଗ୍ରହଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଜାଣିଶୁଣି ତାଳଚେର ମେଡିକାଲର ପରିଚାଳନା ଦାୟିତ୍ୱ ନିଆଯାଉନାହିଁ। କେନ୍ଦ୍ରୀୟ ଅର୍ଥକୁ ବିକାଶ କାମରେ ନ ଲଗାଇ ଶାସକ ଦଳର କର୍ମୀଙ୍କ ପକେଟ ଗରମ କରାଯାଉଛିି। ତୃତୀୟ ମହଲା ପର୍ଯ୍ୟନ୍ତ ଦୁର୍ନୀତି ପହଞ୍ଚିଛି। ଏହାକୁ ବଦଳାଇବା ପାଇଁ ଭାଜପା ବଡ଼ ଜନଆନ୍ଦୋଳନର ପ୍ରସ୍ତୁତି କରୁଛି। ସେହିପରି ଛେଣ୍ଡିପଦାରେ ଖୁବ୍‌ଶୀଘ୍ର ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି, ସଞ୍ଜୀବ ସାହୁ, ଭାଜପା ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ପୂର୍ବତନ ଜିଲା ସଭାପତି ଅଶୋକ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାଗୀରଥି ପ୍ରଧାନ, ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ଜିଲା ଉପସଭାପତି ନୃସିଂହ ବରାଳ, ଚୌଧୁରୀ ପ୍ରଧାନ, ଅମୀୟ ତ୍ରିପାଠୀ, କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝି, କରୁଣାକର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ବାଚନ ମଣ୍ଡଳୀ ସଂଯୋଜକ ଯଶୋବନ୍ତ ପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri