୫୦ ପ୍ରତିଶତ ଭୂତଳ ଜଳରେ ଫ୍ଲୋରାଇଡ୍‌

ବୌଦ୍ଧ,୯ା୬(ସ୍ବ.ପ୍ର.): ବୌଦ୍ଧ ଜିଲାରେ ପ୍ରତିବର୍ଷ ଭୂତଳ ଜଳସ୍ତର ୧ମିଟର ନିମ୍ନଗାମୀ ହେବାରେ ଲାଗିଛି। ମହାନଦୀ, ତେଲନଦୀ ଓ ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ ପରିମାଣ କମୁଛି। ଗ୍ରୀଷ୍ମଋତୁରେ ପାନୀୟ ଜଳ ପାଇଁ ଲୋକେ ଆଉଟୁପାଉଟ ହେଉଛନ୍ତି। ନାଳ ଓ ଚୁଆର ଦୂଷିତ ପାଣି ପିଇ ଲୋକେ ରୋଗରେ ପୀଡ଼ିତ ହେଉଛନ୍ତି। କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ହୋଇଛି। ହରଭଙ୍ଗା ବ୍ଲକର ବରଝୁଲି ଓ ପାଖ ଗ୍ରାମରେ ନଳକୂପରୁ ଫ୍ଲୋରାଇଡ୍‌ ମିଶ୍ରତ ଜଳ ବାହାରୁଥିବା ଅଭିଯୋଗ ପରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଣି ନମୁନା ସଂଗ୍ରହ କରାଯାଇଥିଲା। ପାଣି ବ୍ୟବହାର ଉପଯୋଗୀ ନୁହେଁ ବୋଲି ପରୀକ୍ଷାରୁ ଜଣାପଡିବା ପରେ ବିଭାଗ ପକ୍ଷରୁ ନଳକୂପ ଚିହ୍ନଟ କରାଯାଇ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଅଦ୍ୟାବଧି ଏହି ଅଞ୍ଚଳର ଲୋକଙ୍କ ପାନୀୟ ଜଳ ପାଇଁ ପ୍ରଶାସନ ବିଶେଷ ସୁବିଧା କରିପାରି ନାହିଁ। କେତେକେ ବାଧ୍ୟବାଧକତାରେ ଚିହ୍ନଟ ନଳକୂପ ପାଣି ବ୍ୟବହାର କରୁଛନ୍ତି। ସରକାରୀ ସମୀକ୍ଷା ବୈଠକରେ କିଡ୍‌ନୀ ରୋଗର କାରଣ ପାନୀୟଜଳ ବୋଲି ଉପସ୍ଥାପିତ ହେବା ପରେ ଭୂତଳ ଜଳର ମାନ ପରୀକ୍ଷଣ କରିବାକୁ ପ୍ରଶାସନ ସୁପାରିସ କରିଥିଲା। କେନ୍ଦ୍ରୀୟ ଜଳ ଶକ୍ତି ବିଭାଗର ୨ଜଣ ଅଧିକାରୀ ଜିଲାର ବିଭିନ୍ନ ସ୍ଥାନରେ ଜଳ ନମୁନା ସଂଗ୍ରହ କରିବା ପରେ ୫୦ ପ୍ରତିଶତ ଭୂତଳ ଜଳରେ ଫ୍ଲୋରାଇଡ୍‌ ମିଶ୍ରିତ ଥିବା ରିପୋର୍ଟ ପ୍ରଦାନ କରିଛି। ଏନେଇ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗକୁ ସୂଚନା ଦିଆଯାଇଛି। ଜଳଶକ୍ତି ବିଭାଗର ଅଧିକାରୀ ଶିଶିର ବାସେର ଓ ତେତେନ୍ଦ୍ର ମାର୍ବାହା କଣ୍ଟାମାଳ ବ୍ଲକର ୪ ଓ ହରଭଙ୍ଗା ବ୍ଲକର ୧୨ ଗ୍ରାମରୁ ଜଳ ନମୁନା ସଂଗ୍ରହ କରଥିଲେ। ୮ ଗ୍ରାମର ନଳକୂପରୁ ଫ୍ଲୋରାଇଡ୍‌ ଜଳ ବାହାରୁଥିବା ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ହେଉଥିଲା ଗୋଚାଲାଣ: ୪ ଗୋରୁ ଉଦ୍ଧାର, ଆମ୍ବୁଲାନ୍ସ ଜବତ

ଭଦ୍ରକ,୨୭।୪(ସନାତନ ରାଉତ): ଭଦ୍ରକରେ ଗୋ ଚାଲାଣ ରୋକିବା ପାଇଁ ପୋଲିସ କଡା ପଦକ୍ଷେପ ନେଉଥିବାରୁ ଗୋ ମାଫିଆ ମାନେ ଅଭିନ ଉପାୟରେ କରୁଛନ୍ତି ଗୋଚାଲାଣ ।ରବିବାର...

ମାନିଲା ରୁଷିଆ,ୟୁକ୍ରେନ ଯୁଦ୍ଧରେ ଲଢୁଛନ୍ତି ଦକ୍ଷିଣ କୋରିଆ ସୈନିକ, ପ୍ରଶଂସାରେ ପୋତିଲା…

ମସ୍କୋ,୨୭।୪: ଶେଷରେ ମାନିଲା ରୁଷିଆ। ୟୁକ୍ରେନ ଯୁଦ୍ଧରେ ଉତ୍ତର କୋରିଆର ସୈନ୍ୟଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ରୁଷିଆ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି।...

ବିପଦକୁ ଡାକୁଛି ଶୁଖିଲା ଗଛ, ପବନରେ ଡାଳ ଭାଙ୍ଗିବାରୁ ଆତଙ୍କିତ ପଥଚାରୀ

ଦାରିଙ୍ଗବାଡ଼ି,୨୭।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ଳିହେରୀ ପଞ୍ଚାୟତ ମ୍ଲୁକଚେରୀ ଗାଁ ଜାତୀୟରାଜପଥ କଡ଼ରେ ରହିଛି ଶୁଖିଲା ବିରାଟ କାୟ ଗଛ। ଯାହାକି...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କହି ଠକେଇ; ଯୁବକ ଗିରଫ

ରାଉରକେଲା,୨୭ା୪: ରାଉରକେଲା ପୋଲିସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ର ଜଣେ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଠକେଇ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଜଣେ...

ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ଓଭର ବ୍ରିଜ ୱାଲରେ ପିଟି ହେଲା ବାଇକ, ୨ ମୃତ ଜଣେ ଗୁରୁତର

ଭଦ୍ରକ,୨୭।୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ବନ୍ତ ଛକ ଓଭର ବ୍ରିଜ ନେହେରୁ ଷ୍ଟାଡିଅମ ନିକଟରେ ରବିବାର ପୂର୍ବାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟିଛି।...

NCC କ୍ୟାମ୍ପରେ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରିବା ଅଭିଯୋଗ, ୭ ଶିକ୍ଷକଙ୍କ ବିରୁଦ୍ଧରେ ମାମଲା

ଛତିଶଗଡ଼,୨୭ା୪: ବିଲାସପୁର ଜିଲାରେ ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କେତେକ ଛାତ୍ରଛାତ୍ରୀଙ୍କୁ NCC ଶିବିର ସମୟରେ ନମାଜ ପଢିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗରେ ଶନିବାର ୭...

କଳାମାଟିଆ ଗ୍ରାମରେ ଅଗ୍ନିକାଣ୍ଡ: ସବୁ ଜଳିଗଲା

ବରୀ,୨୭।୪(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ତହସିଲ ଅଧୀନସ୍ଥ କଳାମାଟିଆ ପଂଚାୟତ କଳାମାଟିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟଛି। ଏଥିରେ ଗୋଟିଏ ପରିବାରର ତିନି ଜଣଙ୍କର ତିନି...

ଭାରତ ପାଇଁ ଅଛି ୧୩୦ଟି ପରମାଣୁ ବୋମା, ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୪: ପହଲଗାମ ଆକ୍ରମଣ ପରେ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ମନ୍ତ୍ରୀ ହାନିଫ ଅବ୍ବାସୀ ଭାରତକୁ ପରମାଣୁ ପ୍ରତିଶୋଧର ଖୋଲା ଧମକ ଦେଇଛନ୍ତି, ଚେତାବନୀ ଦେଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image