୫୦ ପ୍ରତିଶତ କର୍ମଚାରୀରେ ଚାଲିବ ହାଇକୋର୍ଟ ଅଫିସ୍‌

କଟକ ଅଫିସ,୩ା୭: ହାଇକୋର୍ଟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ରୋଷ୍ଟର ବ୍ୟବସ୍ଥା ବ୍ୟବସ୍ଥା ଅନୁଯାୟୀ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ତେବେ କେଉଁ କର୍ମଚାରୀ କେଉଁ ଦିନ କାର୍ଯ୍ୟରେ ଯୋଗଦେବେ, ସେନେଇ ସେକ୍ସନର ଅଧୀକ୍ଷକମାନେ ନିଷ୍ପତ୍ତି ନେବେ। ଯେଉଁ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେନାହିଁ, ସେମାନେ ସର୍ବଦା ସଜାଗ ରହିବେ। ମୋବାଇଲ୍‌ରେ ସେମାନଙ୍କୁ ଯୋଗାଯୋଗ କରାଯିବ।

Share