ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଅଜଣା ୫୦ ପ୍ରତିଶତ ଯୁବବର୍ଗ…

ଜେନେଭା,୧୦।୧୨ : ପୃଥିବୀର ୫୦ ପ୍ରତିଶତ ପିଲା ଏବଂ ଯୁବବର୍ଗମାନେ ଜଳବାୟୁ ପରିବର୍ତ୍ତନ କ’ଣ ତାହା ପ୍ରକୃତରେ ଜାଣନ୍ତି ନାହିଁ। ଅପରପକ୍ଷରେ ୫୦ ପ୍ରତିଶତ ଜଳବାୟୁ ପରିବର୍ତ୍ତନ ବିଷୟରେ ଶୁଣିଛନ୍ତି, ଏହା କ’ଣ ଜାଣଛନ୍ତି। ମିଳିତ ଜାତିସଂଘର ୟୁନିସେଫ ଏବଂ ୫୫ ଟି ଦେଶର ଶିଶୁ ଏବଂ ଯୁବବର୍ଗମାନଙ୍କ ଉପରେ ଗ୍ୟାଲପ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହା ସାମ୍ନାକୁ ଆସିଛି। ଏହି ସର୍ଭେରେ ୧୫ ରୁ ୨୪ବର୍ଷ ବୟସର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ।

ସର୍ଭେ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପାଣିପାଗର ପରିବର୍ତ୍ତନ କିମ୍ବା ଅତ୍ୟଧିକ ପାଣିପାଗ ଘଟଣାର ବୃଦ୍ଧି ଏବଂ ମାନବ କାର୍ଯ୍ୟକଳାପ ଯୋଗୁଁ ବିଶ୍ୱ ତାପମାତ୍ରା ବୃଦ୍ଧି ମଧ୍ୟରେ ଯୁବବର୍ଗମାନଙ୍କୁ ସଠିକ ବିକଳ୍ପ ବାଛିବା ପାଇଁ କୁହାଯାଇଥିଲା। ୧୫ ରୁ ୨୪ ବର୍ଷ ବୟସର ୪୮.୮ ପ୍ରତିଶତ ଯୁବବର୍ଗ ଏହି ପ୍ରଶ୍ନର ସଠିକ ଉତ୍ତର ଦେବାକୁ ବିଫଳ ହୋଇଥିଲେ।

ଦୁର୍ବଳ, ନିମ୍ନ ଏବଂ ମଧ୍ୟବିତ୍ତ ଦେଶରେ ବାସ କରୁଥିବା ଯୁବବର୍ଗମାନେ, ଯେଉଁମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଅଧିକ ବିପଦରେ ଅଛନ୍ତି, ସେମାନଙ୍କ ପାଖରେ ଏହି ବିଷୟରେ ସର୍ବନିମ୍ନ ସୂଚନା ରହିଛି। ପାକିସ୍ତାନରେ କେବଳ ୧୯ ପ୍ରତିଶତ ଯୁବବର୍ଗ ଏହା ଜାଣନ୍ତି। ସିଏରାଲୋନସରେ ୨୬ ପ୍ରତିଶତ ଏବଂ ବାଂଲାଦେଶରେ ୩୭ ପ୍ରତିଶତ ଯୁବବର୍ଗ ଏହି ବିଷୟରେ ସଠିକ ସୂଚନା ପାଇଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଦେଶର କେବଳ ୪୭ ପ୍ରତିଶତ ଯୁବବର୍ଗ ଜଳବାୟୁ ପରିବର୍ତ୍ତନର ପ୍ରକୃତ ଅର୍ଥ ବୁଝନ୍ତି। ଏଥି ସହିତ, ଏହି ସଂଖ୍ୟା ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶରେ ୪୪ ପ୍ରତିଶତ, ମଧ୍ୟବିତ୍ତ ଆୟକାରୀ ଦେଶରେ ୫୨ ପ୍ରତିଶତ ଏବଂ ଧନୀ ଦେଶରେ ୮୨ ପ୍ରତିଶତ ରେକର୍ଡ କରାଯାଇଛି।

ତେବେ ପୂର୍ବ ଅପେକ୍ଷା ପରିସ୍ଥିତି ଭଲ ରହିଛି। ୧୫ ବର୍ଷ ପୂର୍ବ ତୁଳନାରେ ଜଳବାୟୁ ପରିବର୍ତ୍ତନ ବିଷୟରେ ସମ୍ପ୍ର୍‌ତି ଅଧିକ ଲୋକ ଅବଗତ ଅଛନ୍ତି। ୨୦୦୮ରେ ଜଳବାୟୁ ପରିବର୍ତ୍ତନ ବିଷୟରେ କେବଳ ୫୬ ପ୍ରତିଶତ ଲୋକ ଜାଣିଥିଲେ, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୮୦ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଏକ ଭଲ ସଙ୍କେତ ଅଟେ। ଜଳବାୟୁ ପରିବର୍ତ୍ତନ ବିଷୟରେ ସେମାନେ କେଉଁଠାରୁ ସୂଚନା ପାଇଛନ୍ତି ବୋଲି ପଚରାଯିବାରୁ ୬୦ ପ୍ରତିଶତ ଯୁବବର୍ଗ କହିଥିଲେ ସୋସିଆଲ ମିଡିଆ ହେଉଛି ଉତ୍ସ। ତଥାପି, କେବଳ ୨୩ ପ୍ରତିଶତ ଯୁବକ ଏହି ଖବରକୁ ବିଶ୍ୱାସ କରୁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri