ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦାବି ଭାରତରେ ୫୦ ପ୍ରତିଶତ ନେଇଛନ୍ତି କରୋନା ଟିକାର ଦ୍ୱିତୀୟ ଡୋଜ

ନୂଆଦିଲ୍ଲୀ,୫ ।୧୨: କରୋନା ଲଢେଇରେ ଭାରତ ଆଉ ଏକ ଉପଲବ୍ଧି ନିଜ ନାଁରେ କରିଥିବା ଦାବି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ରବିବାର କହିଛନ୍ତି ଦେଶରେ ୫୦ ପ୍ରତିଶତ ଲୋକ କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେଇ ସାରିଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଏହାପରେ ମୋଟ ଟିକାକରଣର ସଂଖ୍ୟା ୧,୨୭,୬୧,୮୩,୦୬୫ ହୋଇଛି । ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରମ ସଂକ୍ରମଣ ଏବେ ଭାରତରେ ପହଞ୍ଚି ଯାଇଛି । ଏହାର ମୁକାବିଲା କରିବାକୁ ଟିକା ଏକ ଉପାୟ ବୋଲି କୁହାଯାଉଛି । ତେଣୁ ଏବେ କରୋନା ଟିକାକରଣକୁ ବେଶୀ ଗୁରୁତ୍ୱ ଦିଆଯାଉଛି । ଅନ୍ୟ ଭାରିଏଣ୍ଟ ଅପେକ୍ଷା ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏଥିପ୍ରତି ସତର୍କ ରହିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

Share