୯ରାଜ୍ୟର ୫୦ପ୍ରତିଶତ ଜନସଂଖ୍ୟା ନେଇଛନ୍ତି ଭ୍ୟାକ୍ସିନର ସିଙ୍ଗଲ ଡୋଜ୍‌

ନୂଆଦିଲ୍ଲୀ,୧୩।୮: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। କରୋନା ଲଢ଼େଇରେ ମୁଖ୍ୟ ଅସ୍ତ୍ର କୁହାଯାଉଥିବା ଟିକାକରଣ ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୫୩କୋଟି ଲୋକଙ୍କ ଟିକାକରଣ କରାଯାଇସାରିଛି। ଇତିମଧ୍ୟରେ ଅତିକମ୍‌ରେ ୪୧କୋଟି ଲୋକ ଟିକାର ପ୍ରଥମ ଡୋଜ୍‌ ନେଇସାରିଛନ୍ତି। ଜନସଂଖ୍ୟା ଅନୁସାରେ ଭାରତର ୩୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ୯ପ୍ରତିଶତ ଲୋକ ଉଭୟ ଡୋଜ୍‌ ନେଇଛନ୍ତି। ଦେଶରେ ୯ଟି ରାଜ୍ୟ ଏଭଳି ଅଛି, ଯେଉଁଠାରେ ୫୦ପ୍ରତିଶତ ଜନସଂଖ୍ୟା କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଏଥିରେ ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, କର୍ନାଟକ, କେରଳ, ରାଜସ୍ଥାନ ଓ ଛତିଶଗଡ ରହିଛି। ଭାଜପା ଶାସିତ ଉତ୍ତରପ୍ରଦେଶ ହେଉଛି ସେହି ରାଜ୍ୟ ଯେଉଁଠାରେ ସର୍ବାଧିକ ଟିକା ଦିଆଯାଇଛି। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ ଉତ୍ତରପ୍ରଦେଶ ସବୁଠାରୁ ପଛରେ ରହିଛି। ଉତ୍ତରପ୍ରଦେଶରେ ସର୍ବାଧିକ ୫.୬୩ କୋଟି ଡୋଜ ଦିଆଯାଇଛି। କିନ୍ତୁ ଅତିକମ୍‌ରେ ୩୧ପ୍ରତିଶତ ଲୋକମାନେ ଟିକାର ସିଙ୍ଗଲ ଡୋଜ୍‌ ଗ୍ରହଣ କରିଛନ୍ତି। ସେହପିରି ପଶ୍ଚିମବଙ୍ଗ, ବିହାର, ପଞ୍ଜାବ, ଝାଡ଼ଖଣ୍ଡ, ତାମିଲନାଡୁ ଓ ମହାରାଷ୍ଟ୍ରର ଜନସଂଖ୍ୟାକୁ ଉତ୍ତରପ୍ରଦେଶ ଅପେକ୍ଷା ଅଧିକ ଟିକା ଦିଆଯାଇଥିବା ଜଣାପଡ଼ିଛି। ସେହିଭଳି ହିମାଚଳ ପ୍ରଦେଶରେ ସର୍ବାଧିକ ୭୭ପ୍ରତିଶତ ବୟସ୍କ ଟିକା ନେଇସାରିଛନ୍ତି। ଏହାପରେ ଜମ୍ମୁ-କଶ୍ମୀରରେ ୬୬ପ୍ରତିଶତ, ଉତ୍ତରପ୍ରଦେଶରେ ୬୪ପ୍ରତିଶତ, ଗୁଜୁରାଟରେ ୬୦ପ୍ରତିଶତ, ମଧ୍ୟପ୍ରଦେଶରେ ୫୫ପ୍ରତିଶତ, କର୍ନାଟକରେ ୫୪ପ୍ରତିଶତ, କେରଳରେ ୫୪ପ୍ରତିଶତ, ରାଜସ୍ଥାନରେ ୫୨ପ୍ରତିଶତ ଓ ଛତିଶଗଡରେ ୫୦ପ୍ରତିଶତ ଲୋକ ଟିକା ନେଇଥିବା ସୂଚନା ରହିଛି।

ଭାଜପା ଶାସିତ ରାଜ୍ୟରେ ଟିକାକରଣ
ଉତ୍ତରପ୍ରଦେଶ-ମୋଟ ୫କୋଟି ୬୩ଲକ୍ଷ ଡୋଜ
ମଧ୍ୟପ୍ରଦେଶ-ମୋଟ ୩କୋଟି ୬୭ଲକ୍ଷ ଡୋଜ
ଗୁଜୁରାଟ-ମୋଟ ୩କୋଟି ୮୬ଲକ୍ଷ ଡୋଜ
ବିହାର-ମୋଟ ୨କୋଟି ୮୯ଲକ୍ଷ ଡୋଜ
ହରିୟାଣା-ମୋଟ ୧କୋଟି ୩୩ଲକ୍ଷ ଡୋଜ

ଅଣ-ଭାଜପା ଶାସିତ ରାଜ୍ୟରେ ଟିକାକରଣ
ମହାରାଷ୍ଟ୍ର-୪କୋଟି ୭୯ଲକ୍ଷ ଡୋଜ
ରାଜସ୍ଥାନ-ସମୁଦାୟ ୩କୋଟି ୬୩ଲକ୍ଷ ଡୋଜ
ପଶ୍ଚିମବଙ୍ଗ- ମୋଟ ୩କୋଟି ୩୩ଲକ୍ଷ ଡୋଜ
କେରଳ-ମୋଟ ୨କୋଟି ୨୮ଲକ୍ଷ ଡୋଜ
ଦିଲ୍ଲୀ-ମୋଟ ୧କୋଟି ୧୨ଲକ୍ଷ ଡୋଜ


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

କଂଗ୍ରେସର ହାର୍ଟବିଟ ବଢାଉଛି ଶୈଳଜାଙ୍କ ନିରବତା

ନୂଆଦିଲ୍ଲୀ,୨୨।୯: ହରିୟାଣାରେ ବିଧାନସଭା ନିର୍ବାଚନର ଉତ୍ସାହ ଜୋରସୋରରେ ଚାଲିଛି, କିନ୍ତୁ ଏହି ନିର୍ବାଚନ ଶବ୍ଦ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା କୁମାରୀ ଶୈଳଜାଙ୍କ ନିରବତା ଅନେକ...

ହିନ୍ଦୁମାନଙ୍କ ଭାବନା ସହ ଖେଳାଯାଇଛି, ରବିଶଙ୍କର କହିଲେ କେବଳ ଲଡୁ ନୁହେଁ…

ହାଇଦ୍ରାବାଦ,୨୨ା୯: ତିରୁପତି ବାଲାଜୀଙ୍କ ଲଡୁକୁ ନେଇ ତୁଟୁନି ବିବାଦ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର। ୧୮୫୭ ସିପାହୀ ବିଦ୍ରୋହ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri