Categories: ଜାତୀୟ

ସରକାରୀ ନିଯୁକ୍ତିରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ

ଗୁଆହାଟି,୬।୩: ଆସାମରେ ଆଗକୁ ବିଧାନସଭା ନିର୍ବାଚନ। ଭୋଟରଙ୍କୁ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯିବା ଆରମ୍ଭ ହୋଇଛି। ଏହି ମର୍ମରେ ଆସାମ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ କଂଗ୍ରେସ ସରକାର ଗଠନ ହେଲେ ସରକାରୀ ଚାକିରୀରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ମିଳିବ। ଏହା ସହିତ ରାଜ୍ୟରେ ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ) ଲାଗୁ କରାଯିବ ନାହିଁ। ରାଜ୍ୟରେ ୫ ଲକ୍ଷ ସରକାରୀ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହିତ ମହିଳା ସଶକ୍ତି, ଦାରଦାମ୍‌ ବୃଦ୍ଧିର ନିରାକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ଗୌରବ ଗୋଗୋଇ କହିଛନ୍ତି। ଏହାଦ୍ୱାରା ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ବପ୍ନ ପୂରଣ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।

Share