ଡେରାଡୁନ୍,୨୦ା୭ : ଉତ୍ତରାଖଣ୍ଡର ସମସ୍ତ ସରକାରୀ ତଥା ଘରୋଇ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ଛାତ୍ର ସଂସଦ ନିର୍ବାଚନରେ ଛାତ୍ରୀଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।
ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଲିଙ୍ଗଗତ ସମାନତା ଆଣିବା ସହ ଛାତ୍ରୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟର ପୁଷ୍କର ସିଂ ଧାମି ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଯାହାକି ଦେଶରେ ପ୍ରଥମ। ଛାତ୍ର ସଂସଦ ନିର୍ବାଚନଗୁଡ଼ିକରେ ଛାତ୍ରୀଙ୍କୁ ୫୦% ସଂରକ୍ଷଣ ଦେବା ପାଇଁ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଧନ ସିଂ ରାଓ୍ବତ୍ ସୂଚନା ଦେଇଛନ୍ତି।