ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ ୫୦ ହଜାର କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ଓଡିଶାର ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ଡାକ୍ତରମାନେ ହେଉଛନ୍ତି ଭଗବାନ, ସେମାନେ ନିରନ୍ତର ଭାବେ ସେବା ଯୋଗାଇ ଦେଉଥିବାରୁ ସାଧାରଣ ଲୋକେ ସୁସ୍ଥ ହୋଇ ଏକ ବିକଶିତ ରାଷ୍ଟ୍ରର ପରିକଳ୍ପନା କରିପାରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ଇଣ୍ଡିଆନ ମେଡିକାଲ ଆସୋସିଏଶନ,ଓଡ଼ିଶା ଶାଖାର ୭୪ତମ ବାର୍ଷିକ ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଜ ବକ୍ତବ୍ୟରେ ରାଜ୍ୟରେ ସ୍ବାସ୍ଥ୍ୟ ବଜେଟ୍‌ରେ ଏକ ବଡ଼ ଭାଗ ରଖିଥିବାବେଳେ ସଚେତନତାର ଅଭାବ ଯୋଗୁ ଆମେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି ବୋଲି ସେ ପ୍ରକାଶ କରି ରାଜ୍ୟରେ ବିଭିନ୍ନ ପ୍ରକାରର ବିକାଶ ହେଲେ ମଧ୍ୟ ସ୍ବାସ୍ଥ୍ୟ ସେବାର ବିକାଶ ନ ହେଲେ ଉତ୍କର୍ଷ ଓଡିଶା ପରିକଳ୍ପନା ସମ୍ଭବ ହୋଇପାରିବ ନାହିଁ ।

ରାଜ୍ୟ ବଜେଟ୍‌ରେ ସ୍ବାସ୍ଥ୍ୟକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ବିଶ୍ୱର ବୃହତ୍ତମ ଜନଆରୋଗ୍ୟ ଯୋଜନା ଯେଉଁଥିରେ ଦେଶର ୬୦କୋଟି ଲୋକ ଅନ୍ତର୍ଭୁକ୍ତ ସେହି ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାବାସୀଙ୍କୁ ଅଧିକ ସେବା ଦେବ ବୋଲି ସେ ପ୍ରକାଶ କରିଥିଲେ। ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟକୁ ୧୩ଲକ୍ଷ କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ଆସିଥିବାବେଳେ କେବଳ ସ୍ବାସ୍ଥ୍ୟକ୍ଷେତ୍ରରେ ୫୦ହଜାର କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ସ୍ବାସ୍ଥ୍ୟସେବା ପ୍ରକଳ୍ପରେ ୨୫ହଜାର ନିଯୁକ୍ତି ମିଳିବ ବୋଲି ଜଣାପଡିଛ।

୨୦୨୪-୨୫ରେ ଆମ ସରକାର ୨୧ହଜାର କୋଟି ଟଙ୍କା ସ୍ବାସ୍ଥ୍ୟରେ ବଜେଟ୍‌ ବ୍ୟବସ୍ଥା କରିଥିଲେ। ୨୦୩୬ରେ ଓଡିଶା ପ୍ରତିଷ୍ଠାର ଏକଶହ ବର୍ଷ ପୁର୍ତ୍ତି ପାଳନ ଅବସରରେ ଆମେ ଏକ ବିକଶିତ ଓଡ଼ିଶା କିପରି ଗଠନ କରିପାରିବା ସେଥିପାଇଁ ଏବେଠାରୁ ଚିନ୍ତା କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବାବେଳେ ଏଥିପାଇଁ ରାଜ୍ୟ ସରକାର ୪୦ପ୍ରତିଶତ ଓ କେନ୍ଦ୍ର ସରକାର ୬୦ପ୍ରତିଶତ ଦେବାର ନିୟମ ଥିବାବେଳେ କେନ୍ଦୁଝରରେ ପ୍ରତିଷ୍ଠା ଲାଭ କରିଥିବା ମେଡିକାଲ କଲେଜ ସମ୍ପୂର୍ଣ୍ଣ ଭାବରେ ଜିଲା ଖଣିଜ ପ୍ରତିଷ୍ଠାନ ଅର୍ଥରୁ ବିନିଯୋଗ ହୋଇଛି। ଏହି ମେଡିକାଲ କଲେଜ ଉଦ୍‌ଘାଟନ ହେବାର ୨ ବର୍ଷ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ କେବଳ ନାମକୁମାତ୍ର ୪ଟି ବିଭାଗକୁ ଛାଡ଼ଅନ୍ୟ କୌଣସି ବହିର୍ବିଭାଗ ଖୋଲି ନ ଥିବା ସହ ତୁରନ୍ତ ଅନଃବିଭାଗ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥି


Enter your email to get our daily news in your inbox.

All Right Reserved By Dharitri.Com

Love Marriage: କୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ମାତାପିତାଙ୍କ ଇଚ୍ଛା ବିରୋଧରେ ବିବାହ କଲେ ମିଳିବନି ପୋଲିସ ସୁରକ୍ଷା

ନୂଆଦିଲ୍ଲୀ,୧୭।୪: ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଯେଉଁ ପ୍ରେମୀଯୁଗଳମାନେ ନିଜ ଇଚ୍ଛାରେ ମାତାପିତାଙ୍କ ଅନୁମତି ବିନା ବିବାହ କରନ୍ତି, ସେମାନଙ୍କୁ ଆଉ...

ତଳକାଁପଡ଼ା ଗ୍ରାମରେ ରାଜନୈତିକ ଶତ୍ରୁତାରୁ ବୋମାମାଡ଼; ୯ ଗୁରୁତର, ଲାଗି ରହିଛି ଉତ୍ତେଜନା

ତିହିଡି଼,୧୭।୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି଼ ଥାନା କାଁପଡ଼ା ପଞ୍ଚାୟତ ଅଧୀନ ତଳକାଁପଡ଼ା ଗ୍ରାମରେ ବୁଧବାର ରାତି ୧୦ଟା ସମୟରେ ବୋମାମାଡ଼ ହୋଇଛି । ରାଜନୈତିକ...

ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫ୍ ରୁ ତିନି ଜଣଙ୍କୁ ବହିଷ୍କାର କରିବ ବିସିସିଆଇ, ରହିଛି ବଡ଼ କାରଣ

ମୁମ୍ବାଇ,୧୭ା୪: ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ କ୍ରିକେଟ୍ ଦଳର ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏହି ଗସ୍ତରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ୩-୧ ବ୍ୟବଧାନରେ...

Subhadra Yojana: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀଙ୍କ ବଡ଼ ଘୋଷଣା, କଲେଜ ଛାତ୍ରୀ…

ଭୁବନେଶ୍ୱର,୧୭।୪:କଲେଜ ଛାତ୍ରୀଙ୍କ ପାଇଁ ବଡ ଘୋଷଣା । ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ସର୍ଭେରେ...

Gold Rate Today : ଆଉ କିଣିବାନି ସୁନା! ଜାଣନ୍ତୁ ୧୦ ଗ୍ରାମ ପ୍ରତି ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ, ୧୭।୪: ଭାରତୀୟ ବଜାରରେ ସୁନା ଦର ରେକର୍ଡ ଛୁଇଁଛି। ଏବେ ସୁନା ଲକ୍ଷେ ମୁହାଁଉଛି। ଗୁରୁବାର ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ...

କଟକ କମିଶନରେଟ ପୋଲିସର ଡବଲ୍‌ ଏନ୍‌କାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ଼

ଚୌଦ୍ୱାର,୧୭।୪(ଆଶୁତୋଷ ଦାସ): କଟକ କମିଶନରେଟ ପୋଲିସର ଡବଲ ଏନ୍‌କାଉଣ୍ଟର। ଗୁଳିମାଡ଼ରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆହତ ହୋଇଛନ୍ତି। ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି। ତେବେ...

ରାସ୍ତାକଡ଼ରେ ଥୁଆ ହୋଇଛି ସ୍କୁଟି, ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ

ଖୋର୍ଦ୍ଧା,୧୭।୪(ପ୍ରଭାତ ପାଣିଗ୍ରାହୀ): ରାସ୍ତାକଡ଼ରେ ଥୁଆ ହୋଇଛି ସ୍କୁଟି। ଗଛରେ ଝୁଲୁଛନ୍ତି ପ୍ରେମୀଯୁଗଳ। ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ବେଗୁନିଆ ବ୍ଲକର ବୋତଳମା ପଞ୍ଚାୟତ...

ବିଶ୍ୱରେ ପ୍ରଥମ ଥର ହେବାକୁ ଯାଉଛି Sperm Race, LIVE ଟେଲିକାଷ୍ଟବେଳେ ଟଙ୍କା ଲଗାଇବେ ବଡ଼ ବଡ଼ ସେଲିବ୍ରେଟି

ନୂଆଦିଲ୍ଲୀ,୧୭।୪: ଲସ ଆଞ୍ଜେଲସରେ ଏମିତି ଏକ ବିରଳ ଘଟଣା ଘଟିବାକୁ ଯାଉଛି, ଯାହାକୁ ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ। କିନ୍ତୁ ଏହା ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image