ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୫।୧୦ (ଅନୁରାଧା ମହାରଣା): ନବରାତ୍ରିରେ ରାମଲୀଲା ଗରବା ଏବଂ ଦାଣ୍ଡିଆ ଉସତ୍ବ ପ୍ରତିବର୍ଷ ସାରା ଦେଶରେ ୧୦ ଦିନ ପାଳନ କରାଯାଉଥିବାବେଳେ ଦେଶରେ ବ୍ୟବସାୟିକ କ୍ଷେତ୍ରରେ ଏକ ବଡ଼ ଉତ୍ସାହ ଦେଖିବାକୁ ମିଳିଛି। କନ୍‌ଫେଡେରେଶନ ଅଫ୍‌ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି)ର ଏକ ଆକଳନ ଅନୁଯାୟୀ ଆସନ୍ତା ୧୦ ଦିନ ମଧ୍ୟରେ ସାରା ଦେଶରେ ୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବ୍ୟବସାୟ ହେବା ସମ୍ଭାବନା ରହିଛି। କେବଳ ଦିଲ୍ଲୀରେ ୮ ହଜାର କୋଟିରୁ ଅଧିକ ବ୍ୟବସାୟ ହୋଇପାରେ। ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ବର୍ତ୍ତମାନ ଚାଇନା ନିର୍ମିତ ସାମଗ୍ରୀର ଚାହିଦା କମିଥିବାବେଳେ ଉତ୍ସବ ସମୟରେ ସ୍ବଦେଶୀ ଦ୍ରବ୍ୟ କ୍ରୟ ପ୍ରତି ଲୋକମାନେ ଗୁରୁତ୍ୱ ଦେଉଛନ୍ତି। ସମଗ୍ର ଦେଶରେ ନବରାତ୍ରି ତଥା ଦଶହରା ଅବସରରେ ୧ ଲକ୍ଷରୁ ଅଧିକ ଛୋଟ ଏବଂ ବଡ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଲକ୍ଷ ଲକ୍ଷ ଲୋକ ରୋଜଗାର ପାଆନ୍ତ। ନବରାତ୍ରି ପଛକୁ ବିଜୟାଦଶମୀ, କରଓ୍ବାଚୌଥ୍‌, ଧନତେରାସ୍‌, ଦୀପାବଳି, ଭାଇ ଦୂଜ, ଛଟ୍‌ ପୂଜା ଏବଂ ତୁଳସୀ ବିବାହ ଆଦି ପର୍ବ ପାଳନ କରାଯିବ। ଦିଲ୍ଲୀରେ ୧ ହଜାରରୁ ଅଧିକ ଛୋଟ ଏବଂ ବଡ଼ ରାମଲୀଳା ସଙ୍ଗଠିତ ହୋଇଥିବାବେଳେ ପଶ୍ଚିମବଙ୍ଗ, ଓଡ଼ିଶା ଆଦି ରାଜ୍ୟରେ ଶହ ଶହ ଦୁର୍ଗାପୂଜା ତୋରଣ ପ୍ରସ୍ତୁତ କରାଯାଉଛି। ଗୁଜରାଟ, ଦିଲ୍ଲୀ ସମେତ ସାରା ଦେଶରେ ଦାଣ୍ଡିଆ ଏବଂ ଗରବା କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ପାର୍ବଣ ଋତୁରେ ବିଶେଷକରି ସରାରା, ଲେହେଙ୍ଗା ଏବଂ କୁର୍ତ୍ତା ଭଳି ପାରମ୍ପରିକ ପୋଷାକର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଥାଏ। ପୂଜା ଏବଂ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ନୂତନ ପୋଷାକ କିଣିବା କାରଣରୁ ପୋଷାକ ବ୍ୟବସାୟରେ ବୃଦ୍ଧି ଘଟିଥାଏ। ଫଳ, ଫୁଲ, ନଡ଼ିଆ, ଚୂନରୀ, ଦୀପ, ଧୂପକାଠି ଆଦି ପୂଜା ସାମଗ୍ରୀ ବିକ୍ରି ମଧ୍ୟ ବଢ଼ିଥାଏ। ଏହାସହ ଖାଦ୍ୟ ଏବଂ ମିଠା ବିଶେଷକରି ହାଲୱା, ଲଡୁ, ବର୍‌ଫି, ସନ୍ଦେଶ, ରସଗୋଲା ସୋନପାପଡ଼ି ବିକ୍ରି ମଧ୍ୟ ବୃଦ୍ଧି ପାଇଥାଏ। ଫଳ ଏବଂ ଫୁଲର ଚାହିଦା ମଧ୍ୟ ରହିଥାଏ। ପର୍ବପର୍ବାଣିରେ ଘର ଏବଂ ପୂଜାମଣ୍ଡପ ସଜାଇବା ପାଇଁ ଦୀପ ଏବଂ ଆଲୋକମାଳା ଭଳି ସାଜସଜ୍ଜା ସାମଗ୍ରୀର ଆବଶ୍ୟକତା ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବ୍ୟାଙ୍କରୁ ମୁହଁ ଫେରାଉଛନ୍ତି କର୍ମଚାରୀ

ଭୁବନେଶ୍ୱର,୩୦ା୧୨(ଅନୁରାଧା ମହାରଣା): ଘରୋଇ ବ୍ୟାଙ୍କଗୁଡ଼ିକରେ ଚାକିରି ତ୍ୟାଗ ଓ ପରିବର୍ତ୍ତନକାରୀ କର୍ମଚାରୀଙ୍କ ସଂଖ୍ୟା ହାରରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଘଟିଛି। କର୍ମଚାରୀଙ୍କ ଘରୋଇ ବ୍ୟାଙ୍କରୁ ଏପରି...

ଭୁବନେଶ୍ୱରରେ ସ୍କୋଡାର ଇଣ୍ଡିଆ ଡ୍ରିମ୍‌ ଟୁର୍‌ ଟିମ୍‌

ଭୁବନେଶ୍ୱର,୩୦।୧୨: ସ୍କୋଡା ଅଟୋ ଇଣ୍ଡିଆର ନୂତନ ଅଭିଯାନ ‘ଇଣ୍ଡିଆ ଡ୍ରିମ୍‌ ଟୁର୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସର୍ବଭାରତୀୟ କାର୍ଯ୍ୟକ୍ରମ ବ୍ରାଣ୍ଡ୍‌ର ନୂତନ ମଡେଲ ‘ସ୍କୋଡା...

ନଭେମ୍ବରରେ ରପ୍ତାନି କ୍ଷେତ୍ରର ବୃଦ୍ଧି ୬୪.୪%

ନୂଆଦିଲ୍ଲୀ,୩୦।୧୨: କ୍ରମାଗତ ଭାବେ ଘରୋଇ ବଜାର ରପ୍ତାନି କ୍ଷେତ୍ରର ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବାଣିଜି୍ୟକ ଚୁକ୍ତି ଅନୁଯାୟୀ ଭାରତ...

ପ୍ରତ୍ୟାଶାଙ୍କୁ ୩ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ଚଳିତବର୍ଷ ଚମତ୍କାର ପ୍ରଦର୍ଶନ କରି ଆସିଥିବା ଓଡ଼ିଶାର ସୁଇମିଂ ସେନ୍‌ସେଶନ ପ୍ରତ୍ୟାଶା ରାୟ ଚେନ୍ନାଇରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସୁଇମିଂ...

ଟିପିସିଓଡିଏଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ସମ୍ମାନ

ଭୁବନେଶ୍ୱର,୨୮।୧୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ‘କଳିଙ୍ଗ ସୁରକ୍ଷା ଉକତ୍ର୍ଷ ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ୧୫ତମ...

ଗ୍ରୀନ୍‌ ଚିଲିଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୮।୧୨ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଫୁଡ୍‌ ପ୍ଲାଟ୍‌ଫର୍ମ ‘ଗ୍ରୀନ୍‌ ଚିଲିଜ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ବ୍ରହ୍ମପୁରର ରୁକ୍ମିଣୀ ସିନେମା ହଲ୍‌ ରୋଡ୍‌ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ...

ଏମ୍‌ପିସିଇରେ ଉଲ୍ଲେଖନୀୟ ଅଭିବୃଦ୍ଧି

ନୂଆଦିଲ୍ଲୀ,୨୮।୧୨: କ୍ରମାଗତ ଭାବେ ଦେଶର ମାସିକ ମୁଣ୍ଡ ପିଛା ଉପଯୋଗ ବ୍ୟୟ (ଏମ୍‌ପିସିଇ)ର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଗତ ୧ ଦଶନ୍ଧି ମଧ୍ୟରେ ଦେଶରେ ଏମ୍‌ପିସିଇ...

ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଓସାମୁ ସୁଜୁକିଙ୍କ ପରଲୋକ

ନୂଆଦିଲ୍ଲୀ,୨୮ା୧୨:ମାରୁତି ୮୦୦ କାର୍‌ ଆଣି ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସୁଜୁକି ମୋଟର କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଓସାମୁ ସୁଜୁକିଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri