Categories: ଜାତୀୟ

ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ-ଆହତଙ୍କ ପାଇଁ ୫୦ ହଜାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ଶ୍ରୀନଗର,୧୫।୧୧ : ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। କିସ୍ତୱାଡରୁ ଜମ୍ମୁକୁ ଯାଉଥିବା ଏକ ବସ ଡୋଡାର ଆସାର ଅଞ୍ଚଳର ଟ୍ରୁଙ୍ଗାଲ ନିକଟରେ ୩୦୦ ଫୁଟ ଖାଲରେ ଖସି ପଡିଥିଲା। ସୂଚନା ଅନୁଯାୟୀ, ବସରେ ୫୫ଜଣ ଯାତ୍ରୀ ଥିଲେ। ବସରେ୫୨ ସିଟ ଥିବା ପୋଲିସ କହିଛି। ଏହି ଦୁର୍ଘଟଣାରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଆହତ ହୋଇଛନ୍ତି। ପୋଲିସ ଏବଂ ଉଦ୍ଧାରକାରୀ ଦଳର ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଏଲଜି ମନୋଜ ସିହ୍ନା ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ଭାବେ ୨ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିୀଚ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ଆହତଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

 

Share