Categories: ରାଜ୍ୟ

ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ହଜାର ଟଙ୍କା ଲେଖାଏଁ ସହାୟତା, ନବୀନଙ୍କ ବଡ ଘୋଷଣା

ଭୁବନେଶ୍ୱର,୧୨।୩: ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ହଜାର ଟଙ୍କା ସହାୟତା। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ। ଆମ ରାଜ୍ୟରେ ଥିବା ୭,୨୦୦ଟି ଭାଗବତ ଟୁଙ୍ଗୀଗୁଡକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପ୍ରତି ଭାଗବତ ଟୁଙ୍ଗୀ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି।

Share