ସୁଭଦ୍ରା ଯୋଜନାରେ କେଉଁମାନେ ପାଇବେ ୫୦ ହଜାର ଟଙ୍କା? ଜାଣନ୍ତୁ କିଭଳି କରିବେ ଆବେଦନ ଏବଂ ଯୋଗ୍ୟତା 

ଭୁବନେଶ୍ୱର,୧୩।୬: ଓଡ଼ିଶାରେ ଭାଜପା ସରକାର ଗଢ଼ିବା ପରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବ ବୋଲି କୁହାଯାଇଛି। ଏମିତିରେ ଅନେକ ଏହି ଯୋଜନା ବିଷୟରେ ଜାଣିବାକୁ ଆଗ୍ରହୀ। ଆସନ୍ତୁ ଜାଣିବା ସୁଭଦ୍ରା ଯୋଜନାରେ ମହିଳାମାନେ କିଭଳି ଭାବେ ଲାଭ ଉଠାଇପାରିବେ?
ଓଡ଼ିଶାର ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ସେଥିରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ୍‌ ଭାଉଚର ମିଳିବ। ୨ ବର୍ଷ ମଧ୍ୟରେ ଏହାକୁ ସେମାନେ ଖର୍ଚ୍ଚ କରିପାରିବେ। ତେବେ ଏହାକୁ ସେମାନେ କିଭଳି ପାଇବେ ଓ କିପରି କାର୍ଯ୍ୟକାରୀ କରିବେ ଜାଣନ୍ତୁ…
ଏହି ସୁଭଦ୍ରା ଯୋଜନାରେ ଆବେଦନ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ହୋଇପାରିବ । ମହିଳାମାନଙ୍କୁ ସଶକ୍ତ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ବିବାହିତ ମହିଳାମାନେ ଏହି ବ୍ୟବସ୍ଥା ଅନୁଯାୟୀ ୫୦,୦୦୦ ଟଙ୍କାର କୁପନ  ପାଇବେ । ଦୁଇ ବର୍ଷ ମଧ୍ୟରେ ଏହାକୁ ବ୍ୟବହାର କରାଯାଇପାରିବ।
ଏହି ଯୋଜନାରେ ଆବେଦନ କରିବା ପାଇଁ ଅନେକ ଡକ୍ୟୁମେଣ୍ଟ ସବୁ ଆବଶ୍ୟକ । ଅଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ଫଟୋ, ଇନ୍‌କମ ସାର୍ଟିଫିକେଟ, ରାସନ କାର୍ଡ ଆଦି ଆବଶ୍ୟକ ।
ଏହି ଯୋଜନାର ଲାଭ ଉଠାଇବାକୁ ହେଲେ. ଆପଣ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ । ତେବେ କେବଳ ବିବାହିତ ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ । ପ୍ରତି ପରିବାରର ଜଣଙ୍କୁ ଏହି ଯୋଜନାର ଲାଭ ମିଳିବ । ମହିଳାଙ୍କ ବୟସ ୨୩ରୁ ୫୯ ହୋଇଥିବା ଆବଶ୍ୟକ ।
ସବୁଠାରୁ ବଡ଼ କଥା ହେଉଛି, ସରକାରୀ ଚାକିରି କରିଥିବା ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ ବୋଲି କୁହାଯାଉଛି ।
ତେବେ ଏଯାବତ ସରକାରଙ୍କ ପକ୍ଷରୁ କୌଣସି ଅଫିସିଆଲ ୱେବସାଇଟ ଲଞ୍ଚ କରିନାହାନ୍ତି । ଖୁବଶୀଘ୍ର ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡଲାଇନ ଆସିବ ବୋଲି କୁହାଯାଉଛି ।

Enter your email to get our daily news in your inbox.

All Right Reserved By Dharitri.Com

ଶବ ନେଇ ଫେରୁଥିଲେ ନିଜେ ଶବ ହୋଇଗଲେ

ଭୋଗରାଇ,୧ା୨(ପ୍ରଦୀପ ଦାସ): ବାପାଙ୍କ ଶବ ନେଇ ଶୁକ୍ରବାର ବିଳମ୍ବିତ ରାତିରେ କଟକରୁ ଗାଡ଼ିରେ ଭୋଗରାଇ ଫେରୁଥିଲେ ପୁଅ, ମାଆ ଓ ଗାଡିଚାଳକ। ଭଦ୍ରକ ରାଣୀତାଲ ଜାତୀୟ...

ମା’ବାପାଙ୍କୁ ଖାଇବାରେ ନିଶାଦେଇ ରାତିଅଧରେ ଘରୁ ୨୫ ହଜାର ଟଙ୍କା ନେଇ ଚମ୍ପଟ ମାରିଲେ ଝିଅ ପରେ…

ରସୁଲପୁର,୧।୨(ରଞ୍ଜିତ ରାଉତ): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ପଞ୍ଚାୟତର ଜଣେ ନାବାଳିକା ତାଙ୍କ ମା’ବାପାଙ୍କୁ ଖାଇବାରେ ନିଶା ଦେଇ ଫେରାର ହୋଇ ଯାଇଛନ୍ତି।...

ନିଜେ ରୋଗୀ ହୋଇ ଡାକ୍ତର କରୁଛନ୍ତି ରୋଗୀ ସେବା, Video Viral

ଗଜପତି,୧ା୨(ଗିରିଧାରୀ ପରିଚ୍ଛା): ଡ୍ୟୁଟିରେ ଥିବା ଡାକ୍ତର  ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଓ ନିଜ ଦେହରେ ସାଲାଇନ୍‌ ଲାଗିଥିବା ସମୟରେ ରୋଗୀ ଚିକିତ୍ସା ପାଇଁ ଆସିଥିବା...

ବଡ଼ଧରଣର ଡକାୟତି: ସାଢ଼େ ୩ କୋଟି ଟଙ୍କା ଜବତ, ୮ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧ା୨(ଉତ୍ତମ କୁମାର ଦାଶ)): କଳାହାଣ୍ଡି ଜିଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। କଳାହାଣ୍ଡି ଏସ୍‌ପି ଅଭିଳାଶ ଜୀଙ୍କ ନେତୃତ୍ୱରେ ଧର୍ମଗଡ଼...

ଯେଉଁଦିନ ଅବସର ନେଲେ ଶିକ୍ଷକ ସେହିଦିନ ମିଳିଲା ପେନ୍‌ସନ୍‌

ରାଇକିଆ,୧ା୨(ପ୍ରଦୀପ ବେହେରା): ପେନ୍‌ସନ୍‌ ପାଇଁ ପୂର୍ବ ଭଳି ଆଉ କୌଣସି କର୍ମଚାରୀ ହଇରାଣ ହେବେନି। ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଅବସର ଦିନ ହିଁ...

ଭୁବନେଶ୍ୱରର ସମନ୍ବିତ ବିକାଶ, ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୭ ହଜାର କୋଟି

ଭୁବନେଶ୍ୱର, ୧ା୨(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷାକରି ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପିତ ବିଭିନ୍ନ...

ସୋନିଆ-ରାହୁଲଙ୍କ Poor କଥା: ଟାର୍ଗେଟ କଲେ ମୋହନ ମାଝୀ, ଶୁଣିକି ସମସ୍ତେ ତାଜୁବ!

ଭୁବନେଶ୍ୱର,୩୧।୧: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ସୋନିଆ ଗାନ୍ଧୀ କହିଛନ୍ତି, ବିଚାରୀ ଭାଷଣ ପଢ଼ି...

ସୁଭଦ୍ରା ପାଇଁ ଯାଇନାହାନ୍ତି ବ୍ୟାଙ୍କ୍‌, ତେବେ ମୋବାଇଲରେ ଏମିତି କରନ୍ତୁ ଚେକ୍‌, ଜାଣିପାରିବେ ଟଙ୍କା ଆସିବ ନା ନାହିଁ

ଭୁବନେଶ୍ୱର,୩୧।୧: ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି? ଯଦି ହଁ ତେବେ ଜାଣି ନିଅନ୍ତୁ ବଡ଼ ସୂଚନା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image