Categories: ଫୁରସତ

୫୦ ବର୍ଷରେ ଦ୍ୱାଦଶ ପାସ୍‌ କଲେ ଏହି ମହିଳା: ଶୁଭେଚ୍ଛା ଜଣାଇଲେ ଶିକ୍ଷାମନ୍ତ୍ରୀ

ପାଠ ପଢ଼ିବା ପାଇଁ କୌଣସି ବୟସ ନ ଥାଏ। ମେଘାଳୟର ଜଣେ ୫୦ ବର୍ଷୀୟା ମହିଳା ଦ୍ୱାଦଶ ପାସ୍‌କରି ଏହା ପ୍ରମାଣ କରି ଦେଖାଇଛନ୍ତି। ସେ ହେଲେ ଲଙ୍କିତେ ସେମ୍‌ଲିନ୍‌। ମେଘାଳୟ ବୋର୍ଡରୁ ଲଙ୍କିତେ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ତିନି ଦଶକ ଅର୍ଥାତ୍‌ ୩୨ ବର୍ଷ ପରେ ସେ ଏହି ସଫଳତା ଲାଭ କରିଛନ୍ତି।
ଲଙ୍କିତେ ୧୯୮୯ ମସିହାରେ ଗଣିତ ପରୀକ୍ଷାରେ ଫେଲ୍‌ ହୋଇଥିଲେ। ଏହା ପରେ ସେ ପାଠପଢ଼ା ଛାଡି ଦେଇଥିଲେ। ୨୧ ବର୍ଷରେ ବିବାହ କରି ଘର ଶଂସାର କରିଥିଲେ। ମାତ୍ର ତାଙ୍କର ବୈବାହିକ ଜୀବନ ବେଶିଦିନ ତିଷ୍ଠି ନ ଥିଲା। ସେ ଏକାକି ନିଜ ପାଲାମାନଙ୍କର ଲାଳନପାଳନ କଲେ। ଏଥିସହ ଗାଁର ଏକ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଇବା ଆରମ୍ଭ କଲେ। ୨୦୧୫ ମସିହାରେ ସେ ସ୍କୁଲ ଯିବାକୁ ନିଷ୍ପତ୍ତି ନେଲେ। ନିଜେ ପାଠ ପଢ଼ିବା ସାଙ୍ଗକୁ ପିଲାମାନଙ୍କୁ ମଧ୍ୟ ପଢ଼ାଇଲେ। ଏ ନେଇ ଶିକ୍ଷା ମନ୍ତ୍ରୀ ଲାକମେନ ରେମ୍ବୁଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଲଙ୍କିତେ ଆଗକୁ ମଧ୍ୟ ନିଜର ପାଠ ପଢ଼ା ଜାରି ରଖିବେ ବୋଲି କହିଛନ୍ତି।

Share