ନୂଆଦିଲ୍ଲୀ,୭ା୭: ନୂଆଦିଲ୍ଲୀର ସରାଇ ରୋହିଲ୍ଲା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ୫୫ ବର୍ଷୀୟ ମହିଳାଙ୍କୁ ତାଙ୍କ ଝିଅଙ୍କ ପୂର୍ବତନ ପ୍ରେମିକ ଗୁଳିକରି ହତ୍ୟା କରିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଳ ମହିଳାଙ୍କ ମୃତଦେହ ଜବତ କରିଛି। ପ୍ରେମରେ ବିଫଳ ହୋଇ ଝିଅଙ୍କ ପୂର୍ବତନ ପ୍ରେମିକ ଅଙ୍କିତ କୌଶିକ ତାଙ୍କୁ ହତ୍ୟା କରିଥିବା ଡିସିପି (ଉତ୍ତର) ସାଗର ସିଂ କାଲ୍ସି କହିଛନ୍ତି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।
ସୂଚନା ଯୋଗ୍ୟ, ଯୁବକ ଜଣକ ଏକ ଶାଢୀ ଦୋକାନରେ କାମ କରୁଥିଲେ। ଇତି ମଧ୍ୟରେ କିଛି ମାସ ହେଲା ଯୁବତୀଙ୍କ ସହ ସମ୍ପର୍କ ଗଢି ଉଠିଥିଲା। ଏନେଇ ଯୁବକ ଜଣକ ପ୍ରେମିକାକୁ କିଛି ଉପହାର ଦେଇଥିଲେ। ହେଲେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବ୍ରେକ୍ଅପ ହୋଇଯାଇଥିଲା। ଏନେଇ ଉପହାର ଫେରାଇ ଦେବାକୁ ଯୁବତୀ ଜଣକ ଯୁବକଙ୍କୁ ଘରକୁ ଡାକିଥିଲା। ଏଥିରେ ଯୁବକ ଜଣକ ପ୍ରେମିକାଙ୍କ ଘରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ସେତିକିବେଳେ ଯୁବତୀଙ୍କ ମା’ ମଧ୍ୟ ଉପସ୍ଥିତ ରହିଥିଲେ। ଏଭଳିସ୍ଥିତିରେ ସେ ଧରିଥିବା ଏକ ପିସ୍ତଲ ବାହାର କରି ପ୍ରେମିକଙ୍କ ମା’ଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଗୁଳିଟି ମହିଳାଙ୍କ ମୁଣ୍ଡରେ ବାଜିଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।