Posted inଜାତୀୟ

ୟୁଟ୍ୟୁବ୍‌ ଦେଖି ୫୦୦ କାର୍‌ ଚୋରି

ନୂଆଦିଲ୍ଲୀ,୨୪।୨: ଉତ୍ତରପ୍ରଦେଶର ୪ ଜଣ ଯୁବକ ୟୁଟ୍ୟୁବ୍‌ ଭିଡିଓ ଦେଖି ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରୁ ୫୦୦ରୁ ଅଧିକ କାର୍‌ ଚୋରି କରିଛନ୍ତି। ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ଥିବା ଅଭିଯୁକ୍ତ ତାଜ୍‌ ମହମ୍ମଦ ଅଟୋରିକ୍ସା ଚଳାଇ ଗୁଜୁରାଣ ମେଣ୍ଟାଉଥିଲେ। ସେ ରୌନକ ଅଲି ନାମକ ଯୁବକଙ୍କ ସମ୍ପର୍କରେ ଆସି କାର ଚୋରି ଯୋଜନା କରିଥିଲେ। ପରେ ଦୁହେଁ ରିଙ୍କୁ ଏବଂ ହାକିମ୍‌ ନାମକ ଅନ୍ୟ ୨ ଜଣଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ କରାଇଥିଲେ। ସେମାନେ ଚୋରି କରିଥିବା ୫୦୦ରୁ ଊର୍ଦ୍ଧ୍ୱ କାର୍‌ ମଧ୍ୟରୁ ଅଧିକାଂଶ ଲକ୍‌ଜୁରି କାର୍‌। ଅନେକ ଥର ସେମାନେ ଜେଲ ଯାଇଛନ୍ତି। ତାଜ୍‌ଙ୍କ ସହଯୋଗୀ ଜେଲରେ ଥିବାବେଳେ ସେ ଅନ୍ୟମାନଙ୍କୁ ନେଇ ଚୋରି ଧନ୍ଦା ଚଳାଇଥିଲେ। ଉତ୍ତରପ୍ରଦେଶ ପୋଲିସ ଉକ୍ତ ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କୁ ଗାଜିଆବାଦର ମୁସୌରୀରୁ ଗିରଫ କରିବା ପରେ ସେମାନଙ୍କ ର଼୍ୟାକେଟ୍‌ ଦୁବାଇକୁ ଲମ୍ବିଥିବା ଜଣାପଡ଼ିଛି। କାର୍‌ ଚାବି ଖୋଲିବା ପାଇଁ ସେମାନେ ଅତ୍ୟାଧୁନିକ ସଫ୍ଟଓ୍ବେର ବ୍ୟବହାର କରୁଥିଲେ। ସେମାନେ ଚୋରି କାର୍‌କୁ ସମ୍ଭାଲର ଆମିରଙ୍କ ପାଖକୁ ପଠାଇବା ପରେ ସେ ସେଗୁଡ଼ିକୁ ଗୁଜରାଟର ବଡ଼ଦୋରା ପଠାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଆଗକୁ ବଢିବ ମୁସଲମାନ ଜନସଂଖ୍ୟା, ହିନ୍ଦୁଙ୍କୁ ନେଇ କରାଯାଉଛି ଏମିତି ଦାବି!

ନୂଆଦିଲ୍ଲୀ,୯।୧୧: ଜନସଂଖ୍ୟା ଉପରେ ଅନୁସନ୍ଧାନ କରୁଥିବା ଏକ ସଂସ୍ଥା ପ୍ୟୁ ରିସର୍ଚ୍ଚର ଏକ ଅପଡେଟ ିପୋର୍ଟ ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାଜନକ ଅଟେ। ପ୍ୟୁ ରିସର୍ଚ୍ଚ ସେଣ୍ଟର...

ସିଜେଆଇ ହେବା ପୂର୍ବରୁ କାହିଁକି ମର୍ଣ୍ଣିଂ ଓ୍ବାକ ବନ୍ଦ କରିଦେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୯।୧୧: ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ସେ ନଭେମ୍ବର ୧୧ରେ ୫୧ ତମ ମୁଖ୍ୟ ବିଚାର ପତି ବା ସିଜେଆଇ...

ରାହୁଲଙ୍କ ସାମ୍ନାରେ ହାତ ଯୋଡି ଠିଆ ହୋଇଛନ୍ତି ହେମନ୍ତ ସୋରେନ, କ’ଣ କହୁଛି ଏହି ଫଟୋ?

ନୂଆଦିଲ୍ଲୀ,୯।୧୧: ଗାନ୍ଧୀ ପରିବାର ସାମ୍ନାରେ କାହିଁକି ଆଦିବାସୀ ନେତା ତଥା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହାତ ଯୋଡିଛନ୍ତି? ଶନିବାର ତାଙ୍କ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ହେମନ୍ତ ସୋରେନ...

କାନାଡା ବନ୍ଦ କଲା ଫାଷ୍ଟ ଟ୍ରାକ୍‌ ଭିଜା ପ୍ରୋଗ୍ରାମ, ଜାଣନ୍ତୁ ଭାରତୀୟ ଛାତ୍ରଙ୍କ ଉପରେ କ’ଣ ପଡିବ ଏହାର ପ୍ରଭାବ

ଓଟାଓ୍ବା/ନୂଆଦିଲ୍ଲୀ,୯।୧୧: କାନାଡା ଶୁକ୍ରବାର ଏହାର ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ (ଏସଡିଏସ) କାର୍ଯ୍ୟକ୍ରମ ବନ୍ଦ କରିବାକୁ ଘୋଷଣା କରିଛି। ଏହା ଏକ ଫାଷ୍ଟ-ଟ୍ରାକ ଅଧ୍ୟୟନ ଅନୁମତି ପ୍ରକ୍ରିୟା...

ଯୋଗୀଙ୍କ ଯୋଗ୍ୟତାର ଯାଞ୍ଚ କରିବାକୁ ପଡିବ, କାହିଁକି ଏମିତି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅଖିଳେଶ

କାନପୁର,୯।୧୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ବିମୁଦ୍ରୀକରଣ ସମୟରେ କାନପୁର ଦେହାତରେ ବ୍ୟାଙ୍କରେ ଜନ୍ମ ହୋଇଥିବା ବାଳକ ଖଚାଞ୍ଜିଙ୍କ...

ନୂଆ ସିଜେଆଇଙ୍କ ଟେନସନ ବଢାଇ ଦେଇ ଯାଉଛନ୍ତି ଚନ୍ଦ୍ରଚୂଡ଼? ଅବସର ନେଉ ନେଉ ଉଠୁଛି ପ୍ରଶ୍ନ

ନୂଆଦିଲ୍ଲୀ,୯।୧୧: ନଭେମ୍ବର ୧୧, ସପ୍ତାହ ଆରମ୍ଭ ସହିତ ସୁପ୍ରିମକୋର୍ଟରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ସୁପ୍ରିମକୋର୍ଟରେ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ୩୧୦୩...

ଯଦି ଭାରତ ଉପରେ ଆମେରିକା ଆକ୍ରମଣ କରେ, ତେବେ କେଉଁ କେଉଁ ଦେଶ ଭାରତକୁ କରିବେ ସମର୍ଥନ

ନୂଆଦିଲ୍ଲୀ,୯।୧୧: ଆମେରିକା ଏବଂ ଭାରତ ମଧ୍ୟରେ ଗଭୀର ସମ୍ପର୍କ ଅଛି । ଏହା ସମସ୍ତେ ଜାଣନ୍ତି । ଉଭୟ ଦେଶ ପରସ୍ପରକୁ ରଣନୀତି ଓ କୂଟନୀତିର...

ଜାଲିଆତିରେ ସବୁ ରେକର୍ଡ ଭାଙ୍ଗିଛି କଂଗ୍ରେସ: ମୋଦି

ମୁମ୍ବାଇ,୯ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ଜାଲିଆତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri