୫୦୦ କୋଟି କ୍ଲବ୍‌ରେ ସାମିଲ୍‌ ହେଲା ‘ଆର୍‌ଆର୍‌ଆର୍‌’

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ୨୫ ମାର୍ଚ୍ଚରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଯାଇଛି। ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ନାହିଁ ନ ଥିବା ଭିଡ଼ ହେଦଖିବାକୁ ମିଳୁଛି। ଫିଲ୍ମଟି ବ୍ଲକ୍‌ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ୩ଦିନ ମଧ୍ୟରେ ଫିଲ୍ମଟି ୫୦୦ କୋଟି ଆୟ କରିଥିବା ଜଣାପଡିଛି। ତେଲୁଗୁ ସମେତ ୪ଟି ଭାଷାରେ ୩୦୦୦ ସ୍କ୍ରିନ୍‌ରେ ମୁକ୍ତିଲାଭ କରଛି। କୋଭିଡ୍‌ ଯୋଗୁ ଏକାଧିକ ଥର ଏହାର ରିଲିଜ୍‌କୁ ସ୍ଥଗିତ ରଖାଯାଇଥିଲା। ଫିଲ୍ମରେ ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ଦୁହିଁଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏହା ବ୍ୟତିତ ଆଲିଆ ଭଟ୍ଟ,ଅଜୟ ଦେବଗନ ମଧ୍ୟ ନଜର ଆସିଛନ୍ତି।

Share