ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବିତିଲା ୫୦୦ ଦିନ: ୮୦ ହଜାରରୁ ଅଧିକ ସୈନ୍ୟ ନିହତ…

ମସ୍କୋ/କିଭ୍‌,୮।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୫୦୦ ଦିନରୁ ଅଧିକ ସମୟ ବିତିଗଲାଣି। ସରକାରୀ ଆକଳନ ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ ୧୪ ହଜାରରୁ ଅଧିକ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ୩୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉଭୟ ପକ୍ଷର ୮୦ ହଜାରରୁ ଅଧିକ ସୈନିକ ନିହତ ହୋଇଛନ୍ତି। ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି ।

ଏହି ଯୁଦ୍ଧ ଯୋଗୁଁ ଦୁନିଆର ଅନେକ ଦେଶ ପ୍ରଭାବିତ ହୋଇଛନ୍ତି। ରୁଷିଆ ୟୁକ୍ରେନର ଅନେକ ଅଞ୍ଚଳ ଦଖଲ କରିବାକୁ ଦାବି କରିଛି। ଅନ୍ୟପକ୍ଷରେ, ୟୁକ୍ରେନ ମଧ୍ୟ ସମ୍ପୂର୍ଣ୍ଣ ଶକ୍ତି ସହିତ ଯୁଦ୍ଧ କରୁଛି। ଏହି କାରଣରୁ ବର୍ତ୍ତମାନ ରୁଷିଆ ମଧ୍ୟ ଅନେକ ପ୍ରସଙ୍ଗରେ ପଛକୁ ଯିବାକୁ ବାଧ୍ୟ ହେଉଛି।

Share