Posted inଜାତୀୟ

ସାମ୍ବିଧାନିକ ପୀଠରେ ୫୦୦ ବିଚାରଧୀନ ମାମଲା: ଆଇନ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୭।୧୨ : ସୁପ୍ରିମ୍‌କୋର୍ଟର ସାମ୍ବିଧାନିକ ପୀଠରେ ୫୦୦ ବିଚାରଧୀନ ମାମଲା ପଡ଼ି ରହିଛି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। କୋର୍ଟରେ ନିର୍ବାଚନ ସମ୍ପର୍କିତ ୫୦୦ ମାମଲାର ବିଚାରାଧିନ ରହିଛି। ୨୦୨୦ରେ ଶୀର୍ଷକୋର୍ଟ ୧୩୦ ମାମଲାର ଫଇସଲା କରି ସାରିଛନ୍ତି। ୨୦୨୨ରେ ଏଭଳି ୧୦ ମାମଲାର ବିଚାର ଶେଷ ହୋଇଛି।

ଦେଶର ବିଭିନ୍ନ ହାଇକୋର୍ଟରେ ୧୦ ହଜାରରୁ ବିଚାରାଧିନ ଜନସ୍ବାର୍ଥ ମାମଲାର ବିଚାର ଜାରି ରହିଛି।
ଏଥିରେ ଦର୍ଶାଯାଇଛି ଯେ ଭାରତ ସୁପ୍ରିମକୋର୍ଟ ମହିଳାଙ୍କ ବିରୋଧରେ ଅପରାଧ ସମ୍ବନ୍ଧୀୟ ସୂଚନା ଖୋଜୁଥିବା ପଦ୍ଧତିରେ ପରିଚାଳନା କରୁନାହାଁନ୍ତି। ତେବେ, ସୁପ୍ରିମକୋର୍ଟ ବିଷୟ ବର୍ଗ ଅନୁଯାୟୀ, ୧୪୦୩ ମାମଲାର ବିଚାର ଜାରି ରହିଛି। ୨୦୧୪ଠାରୁ ସୁପ୍ରିମକୋର୍ଟରେ ଉପରୋକ୍ତ ବିଷୟ ବର୍ଗରେ ବିଚାରାଧୀନ ମାମଲାଗୁଡ଼ିକର ମୋଟ ସଂଖ୍ୟା ହେଉଛି ୧୮୨। ଏଥିସହ ଏହା କହିଛି ଯେ ହାଇକୋର୍ଟ ଏବଂ ଜିଲା ତଥା ଅଧିନସ୍ଥ ଅଦାଲତରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସହ ଜଡିତ ମାମଲା ସମ୍ବନ୍ଧୀୟ ସୂଚନା ନ୍ୟାୟ ବିଭାଗରେ କେନ୍ଦ୍ରୀୟ ଭାବେ ପରିଚାଳିତ ହେଉନାହିଁ।

୨୦୨୨ମସିହାରେ ସୁପ୍ରିମକୋର୍ଟରେ ମୋଟ ବିଚାରାଧୀନ ମାମଲା ୬୮୭୮ ଅଟେ। ୨୦୧୪ପରେ ବିଚାରାଧିନ ମାମଲାରେ ୦.୬୫ ପ୍ରତିଶତ ହ୍ରାସ ଦେଖାଦେଇଛି। ୫୩୫୧୨୮୪ ବିଚାରାଧୀନ ମାମଲା ସହିତ ହାଇକୋର୍ଟର ବିଚାରାଧିନ ମାମଲାରେ ୦.୮୨ ପ୍ରତିଶତ ବୃଦ୍ଧି ଘଟିଛି। ଜିଲା କୋର୍ଟରେ ମାମଲାଗୁଡ଼ିକର ପେଣ୍ଡେନ୍ସି ହେଉଛି ୪୧୮୨ ୬୭୭୭୭। ୨୦୧୪ ଠାରୁବିଚାରାଧିନ ମାମଲାରେ୪.୩୨ ପ୍ରତିଶତ ବୃଦ୍ଧି ହୋଇଛି।

ସୂଚନାନୁସାରେ, ସୁପ୍ରିମକୋର୍ଟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସଂଖ୍ୟା ଉପରେ ସୂଚନା ଦିଆଯାଇଥିବା ପଦ୍ଧତିରେ ରକ୍ଷଣାବେକ୍ଷଣ କରାଯାଇ ନାହିଁ। ତେବେ, ୩୧ ଅକ୍ଟୋବର ୨୦୨୨ ସୁଦ୍ଧା ସୁପ୍ରିମକୋର୍ଟରେ ଫଇସଲା ହୋଇଥିବା ମୋଟ ମାମଲା ସଂଖ୍ୟା ହେଉଛି ୨୯,୧୦୯।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri