ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୫ ହଜାର ଆଶାୟୀ

ଛତ୍ରପୁର,୨୧ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସ୍ପୋଟର୍‌ସ ଷ୍ଟାଡିଅମରେ ଶୁକ୍ରବାର ଗଞ୍ଜାମ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୫ ହଜାର ଆଶାୟୀ ବେକାର ଯୁବତୀଯୁବକମାନେ ପଞ୍ଜୀକରଣ କରିଥିଲେ। ଏହାକୁ ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଉଦ୍‌ଘାଟନ କରିଥିଲେ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ୮୦ରୁ ଅଧିକ ଘରୋଇ କମ୍ପାନୀ ଅଂଶଗ୍ରହଣ କରିଥିଲେ ଏହି ନିଯୁକ୍ତି ମେଳାରେ ୧୫୦ ଜଣ ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇ ସେମାନଙ୍କୁ ଜିଲାପାଳ ନିଯୁକ୍ତିପତ୍ର ଦେଇଥିଲେ। ଜିଲାପାଳ କହିଛନ୍ତି ଯେ, ଏହା ସଫଳ ଆୟୋଜନ ହୋଇଥିଲା ଏବଂ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ଫଳରେ ବେକାର ଯୁବତୀ ଓ ଯୁବକ ଉପକୃତ ହୋଇପାରିବେ ଖୋଲା ଯାଇଥିବା ଷ୍ଟଲ୍‌ଗୁଡିକ ବୁଲି ଜିଲାପାଳ ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥ ନିର୍ମାଣ ପାଇଁ ବରଗଡ଼ରୁ ପୁରୀ ଯିବ କାଠ: ଆଜିଠାରୁ ପଦ୍ମପୁରରେ କାଠ ପାଇଁ ସର୍ଭେ କାର୍ଯ୍ୟ

ବରଗଡ଼, ୨୫।୩(ପ୍ରେମାନନ୍ଦ ଖମାରୀ): ପୁରୀ ରଥଯାତ୍ରାର ରଥ ନିର୍ମାଣ ପାଇଁ ଏଥର ବରଗଡ଼ରୁ ପୁରୀକୁ କାଠ ଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି।...

ମା’ ତାରାତାରିଣୀଙ୍କ ଦ୍ୱିତୀୟପାଳି ଚୈତ୍ର ମଙ୍ଗଳବାର ଯାତ୍ରା: ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ଦୁଇ ଭଉଣୀ 

ପୁରୁଷୋତ୍ତମପୁର,୫।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛିି। ସମଗ୍ର ରତ୍ନଗିରି...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ

ପୁରୀ,୨୫ା୩: ଶ୍ରୀମନ୍ଦିରରେ ମଙ୍ଗଳବାର ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଳିଆ ସେବକଙ୍କୁ ସେବାୟତ ଛୁଇଁ ଦେବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ମଇଲମ ଚାଲିଥିବା ବେଳେ ସେବାୟତ ଛୁଇଁ...

୩ ଦିନରେ ୧.୨୦ ଲକ୍ଷ ଅଲିଭରିଡ୍‌ଲେଙ୍କ ଗଣ ଅଣ୍ଡାଦାନ

ବ୍ରହ୍ମପୁର,୨୫ା୩(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣ ସାମୁଦ୍ରିକ ବେଳାଭୂମିରେ ପୁଣି ଅଲିଭ ରିଡ୍‌ଲେ କଇଁଛଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି।...

ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ 

କଟକ, ୨୫ା୩(ଶିଳ୍ପା ପ୍ରିୟଦର୍ଶିନୀ)- କଟକ ବାଦାମବାଡ଼ିସ୍ଥିତ ବିକାଶ ନଗର ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଦୁର୍ବୃତ୍ତମାନେ ୫ ଲକ୍ଷ ଟଙ୍କା...

୨୦କେଜି ସୁନା, ବିପୁଳ ୫୦୦ ଟଙ୍କିଆ ଜବତ, ମହିଳା ଗିରଫ

ପୁରୀ,୨୫ା୩(ଅଜିତ୍‌ କୁମାର ମହାନ୍ତି): ଋଣ ବା ଲୋନ ଦେବାକୁ କହି ଲୋକମାନଙ୍କୁ ପ୍ରାୟ ୨କୋଟି ଟଙ୍କା ଠକିବା ଅଭିଯୋଗରେ ଚନ୍ଦନପୁର ପୋଲିସ ସୋମବାର ଜଣେ ମହିଳାଙ୍କୁ...

୩୬ ଅଭିଯୋଗ ଶୁଣିଲେ ଜିଲାପାଳ

ରାଇକିଆ,୨୪ା୩ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ କାର୍ଯ୍ୟାଳୟ ଠାରେ ସୋମବାର ଜିଲାପାଳ ଅମ୍ରିତ ଋତୁରାଜ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ସମୁଦାୟ ୩୬...

ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ସହଯୋଗ ଲୋଡ଼ିଲା ପୋଲିସ

ଖଲ୍ଲିକୋଟ,୨୪ା୩(ପ୍ରଶାନ୍ତ କୁମାର ମିଶ୍ର): ଚଳିତ ବର୍ଷ ଦଣ୍ଡ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବନ୍ଦ କରିବା ପାଇଁ ଲୋକପ୍ରତିନିଧିଙ୍କ ସହଯୋଗ ଲୋଡ଼ିଛି ପୋସିଲ। ସୋମବାର ଏ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image