ଇସ୍ରାଏଲର ୧୦୦ ବିମାନ ଦ୍ୱାରା ୫,୦୦୦ ଆକ୍ରମଣ, ୫ ମିନିଟରେ ୫୦୦ ହମାସ କମାଣ୍ଡରଙ୍କୁ ହତ୍ୟା…

ଜେରୁଜେଲମ,୨୮।୧୦ : ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଶେଷ ହେବାର ନା ଧରୁନି। ଇସ୍ରାଏଲର ୧୦୦ ବିମାନ ଦ୍ୱାରା ୫,୦୦୦ ଥର ଆକ୍ରମଣ ହୋଇଛି। ଏହା ଦ୍ୱାରା ମାତ୍ର ୫ ମିନିଟ ମଧ୍ୟରେ ୫୦୦ ହମାସ କମାଣ୍ଡରଙ୍କୁ ହତ୍ୟା କଲା ଯାଇଛି। ସମ୍ପ୍ରତି ଗାଜାଯୁଦ୍ଧ ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଠାରେ ଦିନରାତି ଏୟାର ଷ୍ଟ୍ରାଇକ ଚାଲିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ହମାସର ବାୟୁସେନା ମୁଖ୍ୟଙ୍କୁ ହତ୍ୟା କରିଛି। ଗାଜା ଷ୍ଟ୍ରିପ ଏବଂ ଓ୍ବେଷ୍ଟ ବ୍ୟାଙ୍କରେ ଇସ୍ରାଏଲର ଯୁଦ୍ଧ ବିମାନ ଏୟାର ଷ୍ଟ୍ରାଇକ ଜାରି ରଖିଛି। ବିଶେଷଜ୍ଞ ଅନୁସାରେ ଇସ୍ରାଏଲ ହମାସ ଶିବିରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପରେ ଗାଜାରେ ନିଜର ଆକ୍ରମଣ ବନ୍ଦ କରିବ।

Share