୫ହଜାର ଏଲ୍‌ଟିଆର୍‌ ମେଡିକାଲ ଅଫିସର ପଦବୀ ସୃଷ୍ଟି

ଭୁବନେଶ୍ୱର,୨୦ା୭(ଅନିଲ ଦାସ)ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଓଡ଼ିଶା ସ୍ବାସ୍ଥ୍ୟସେବା କ୍ୟାଡର ୫ ହଜାର ନୂଆ ଲିଭ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲ୍‌ଟିଆର୍‌ଏମ୍‌ଓ) ଗ୍ରୁପ୍‌-ଏ(ଜୁନିୟର ବ୍ରାଞ୍ଚ) ପଦବୀ ସୃଷ୍ଟି କରିଛନ୍ତି। ଜିଲା ମୁଖ୍ୟାଳୟଠାରୁ ଆରମ୍ଭ କରି ସବ୍‌ଡିଭିଜନ ହସ୍ପିଟାଲ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ସରକାରୀ ଡାକ୍ତରଖାନା ଆଦି ପାଇଁ ଏହି ନୂତନ ପଦବୀଗୁଡ଼ିକ ସୃଷ୍ଟି କରାଯାଇଛି। ଏ ସମ୍ପର୍କରେ ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲ(ଏ ଆଣ୍ଡ ଇ)ଙ୍କୁ ଚିଠି ଲେଖି ଜଣାଇଛନ୍ତି। ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ଡାକ୍ତରଖାନା ପାଇଁ ୬୮୯ ଏଲ୍‌ଟିଆର୍‌ଏମ୍‌ଓ ପଦବୀ ସୃଷ୍ଟି କରାଯାଇଥିବା ବେଳେ ସବ୍‌ଡିଭିଜନାଲ ହସ୍ପିଟାଲ ପାଇଁ ୪୮୦ଟି, ୩୭୫ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୩୭୫୦ ଏବଂ ଅନ୍ୟାନ୍ୟ ହସ୍ପିଟାଲ ପାଇଁ ୮୧ ଏଲ୍‌ଟିଆର୍‌ଏମ୍‌ଓ ପଦବୀ ସୃଷ୍ଟି କରାଯାଇଛି।

Share