୫୦୦୦ ବିଦ୍ୟାର୍ଥଙ୍କୁ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷାବୃତ୍ତି

ଭୁବନେଶ୍ୱର, ୭।୯: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ବୋଲି ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। ବିଶେଷକରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରାୟ ୫୦୦୦ ଛାତ୍ରୀଛାତ୍ରଙ୍କୁ ଉପରୋକ୍ତ ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ଆଶାୟୀ ଛାତ୍ରୀଛାତ୍ରଙ୍କଠାରୁ ଆବେଦନପତ୍ର ଆହ୍ବାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୧୫ ସୁଦ୍ଧା ସ୍ନାତକ ପ୍ରଥମ ବର୍ଷର ସମସ୍ତ ବିଷୟରେ ପାଠପଢ଼ା ପାଇଁ ନିୟମିତ ଅଣ୍ଡର ଗ୍ରାଜୁଏଟ୍‌ (ୟୁଜି) ଛାତ୍ରୀଛାତ୍ରମାନେ ଉକ୍ତ ଶିକ୍ଷାବୃତ୍ତି ପାଇଁ ଆବେଦନ କରିପାରିବେ।

ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ସିଇଓ ଜଗନ୍ନାଥ କୁମାର କହିଛନ୍ତି, ବିଶ୍ୱର ସର୍ବାଧିକ ଯୁବବର୍ଗ ଭାରତରେ ରହିଛନ୍ତି ଏବଂ ଦେଶକୁ ନୂତନ ଶିଖରରେ ପହଞ୍ଚାଇବାର ବିପୁଳ ସମ୍ଭାବନା ଯୁବବର୍ଗଙ୍କ ପାଖରେ ରହିଛି। ଏପରିକି ରିଲାଏନ୍ସ ଫାଉଣ୍ଡେଶନ ଜରିଆରେ ଆବଶ୍ୟକ ସୁଯୋଗ ପ୍ରଦାନ କରିବା ଏବଂ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ପାଇଁ ଆମେ କାର୍ଯ୍ୟ କରୁଛୁ। ବିଶେଷକରି ଯୁବବର୍ଗଙ୍କୁ ସେମାନଙ୍କ ସ୍ବପ୍ନ ସାକାର କରାଇବାରେ ଆବଶ୍ୟକ ସହଯୋଗ ପ୍ରଦାନ କରିବା ଏବଂ ଭାରତର ଅଭିବୃଦ୍ଧି ପାଇଁ ଯୋଗଦାନ କରିବା ଦିଗରେ ସେମାନଙ୍କୁ ସକ୍ଷମ କରିବା ପାଇଁ ଆମେ ଦୃଢ଼ ଭାବେ ପ୍ରତିବଦ୍ଧ ରହିଛୁ।

ସେହିଭଳି ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଚୟନ ହେବାକୁ ଥିବା ଛାତ୍ରୀଛାତ୍ରମାନଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ସେମାନଙ୍କ ପାଠ୍ୟକ୍ରମ ଅବଧିରେ ପ୍ରଦାନ କରାଯିବ। ଫଳରେ ସେମାନେ ଏକ ସାମଗ୍ରିକ ବିକାଶ ବ୍ୟବସ୍ଥାରେ ସାମିଲହେବା ସହ ଆଲୁମ୍‌ନି ନେଟ୍‌ୱର୍କ ସହ ଯୋଡ଼ିହେବେ। ଅପରପକ୍ଷରେ ଯୁବପିଢ଼ିଙ୍କ ଶକ୍ତି ଓ ସମ୍ଭାବନାରେ ନିବେଶ କରିବାର ଗୁରୁତ୍ୱ ନେଇ ରିଲାଏନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଧୀରୁଭାଇ ଅମ୍ବାନୀଙ୍କ ଦୃଢ଼ବିଶ୍ୱାସ ଥିଲା। ସେହି ଲକ୍ଷ୍ୟକୁ ଆଗକୁ ବଢ଼ାଇ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷାବୃତ୍ତି, ମେଧାବୀ ଯୁବବର୍ଗଙ୍କ ପାଖରେ ଉଚ୍ଚଶିକ୍ଷା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।

୨୦୨୨ ଡିସେମ୍ବରରେ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀରେ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନୀତା ଅମ୍ବାନୀ ଆସନ୍ତା ୧୦ ବର୍ଷରେ ୫୦,୦୦୦ ଛାତ୍ରୀଛାତ୍ରଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରିବାର ପ୍ରତିବଦ୍ଧତା ବିଷୟରେ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ୧୯୯୬ ରୁ ଧୀରୁଭାଇ ଅମ୍ବାନୀ ସ୍କଲାରଶିପ ଓ ରିଲାଏନ୍ସ ଫାଉଣ୍ଡେଶନ ସ୍କଲାରଶିପ ଜରିଆରେ ରିଲାଏନ୍ସ ୧୮,୦୦୦ ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ରଙ୍କୁ ୟୁଜି ସ୍କଲାରଶିପ ସହାୟତା ପ୍ରଦାନ କରିଛି। ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଛାତ୍ରୀ ହୋଇଥିବା ବେଳେ ପ୍ରାୟ ୨୮୦୦ ଦିବ୍ୟାଙ୍ଗ ମଧ୍ୟ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri