ସୌରଜଗତ ବାହାରେ ୫ ହଜାର ବିଶ୍ୱ

ଓ୍ବାଶିଂଟନ୍‌, ୨୩ା୩: ସୌରମଣ୍ଡଳ ବାହାରେ ଆଉ ୬୫ ଗ୍ରହ ଠାବ କରିଛି ଆମେରିକା ମହାକାଶ ସଂସ୍ଥା ନାସା। ଏହାକୁ ମିଶାଇ ଆମ ସୌରଜଗତ ବାହାରେ ଏଭଳି ୫,୦୦୦ରୁ ଊର୍ଦ୍ଧ୍ୱ ବିଶ୍ୱ ରହିଥିବା ନାସା ସ୍ପଷ୍ଟ କରିଛି। ସେଗୁଡ଼ିକ ମଧ୍ୟରୁ କେତେକର ପ୍ରକୃତି ପୃଥିବୀ ଭଳି ମଧ୍ୟ ରହିଛି। ମହାକାଶ ଅନୁସନ୍ଧାନରେ ପାଦେ ଆଗେଇ ନାସା ବାହ୍ୟଗ୍ରହ ଖୋଜିବା ସହ ସେଗୁଡ଼ିକ ବିଷୟରେ ଗବେଷଣା ଜାରି ରଖିଛି। ନୂଆ କରି ଠାବ ହୋଇଥିବା ୬୫ ବାହ୍ୟଗ୍ରହ ମଧ୍ୟରୁ କେତେକରେ ଜଳ, ଅଣୁଜୀବ, ଗ୍ୟାସ୍‌ ସହ ଜୀବନ ମଧ୍ୟ ଥାଇପାରେ। ଏ ଦିଗରେ ଅଧିକ ଗବେଷଣା ଜାରି ଥିବା ବୋଲି ନାସା ପକ୍ଷରୁ କୁହାଯାଇଛି। ଟ୍ରାଞ୍ଜିଟିଙ୍ଗ ଏକ୍ସୋପ୍ଲାନେଟ୍‌ ସର୍ଭେ ସାଟେଲାଇଟ୍‌ ମାଧ୍ୟମରେ ନାସା ବାହ୍ୟଗ୍ରହର ଅନୁସନ୍ଧାନ କରିଛି।
ଦଶକରେ ବୈଜ୍ଞାନିକମାନେ ପ୍ରଥମ ବାହ୍ୟଗ୍ରହ ଠାବ କରିଥିଲେ। ୨୦୧୯ ସୁଦ୍ଧା ନାସା ୪ ହଜାର ନୂତନ ଏକ୍ପୋପ୍ଲାନେଟ୍‌ର ସନ୍ଧାନ ପାଇଥିଲା। ୨୦୨୨ରେ ତାହା ୫ ହଜାରରେ ପହଞ୍ଚିଛି। ସେଗୁଡ଼ିକ ମଧ୍ୟରେ କେତେକର ଆକାର ପୃଥିବୀଠାରୁ ଛୋଟ ଥିବାବେଳେ ଅନେକର ବଡ଼ ଆକାରର ମଧ୍ୟ ବାହ୍ୟଗ୍ରହ ଠାବ ହୋଇଛି। ନୂତନ ବିଶ୍ୱ ବିଷୟରେ ଆହୁରି ଜାଣିବା ନିମନ୍ତେ ଗବେଷଣା ଜାରି ଥିବା ନାସା ଏକ୍ସୋପ୍ଲାନେଟ୍‌ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ଜେସି ଖ୍ରୀଷ୍ଟିଆନ୍‌ସେନ୍‌ କହିଛନ୍ତି।

Share