ବ୍ୟାଙ୍କ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ୫୦ ହଜାର ଟଙ୍କା

ବାଲେଶ୍ୱର ଅଫିସ,୨୭ା୮: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ସୋଇପୁର ଗ୍ରାମରୁ ବନ୍ଧନ ବ୍ୟାଙ୍କର ଦୁଇ କର୍ମଚାରୀ ଋଣ ନେଇ ଥିବା ୩ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ ପ୍ରାୟ ୫୦ ହଜାର ଟଙ୍କା ଆଦାୟ କରି ଗୁରୁବାର ପୂର୍ବାହ୍ନରେ ଫେରୁଥିଲେ। ସୋଇପୁର ଛକଠାରୁ ଅଳ୍ପ ଦୂରରେ ଦୁଇଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ଆସି କର୍ମଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଓ ଅତ୍ୟାବଶ୍ୟକୀୟ କାଗଜପତ୍ର ନେଇ ପଳାଇଥିଲେ। ଖବର ପାଇ ଚାନ୍ଦିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ହୋଇଥିବା ଜଳେଶ୍ୱର ଥାନା ଗଡ଼ସାହି ଗ୍ରାମର କ୍ଷୀରୋଦ କାମିଳା (୨୫)ଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଇବା ସହ ଅଧିକ ତଦନ୍ତ ଚଳାଇଛି।