୨୦ ସୁଦ୍ଧା ଦୈନିକ ୫୦ ହଜାର ଟେଷ୍ଟ

ଭୁବନେଶ୍ୱର, ୧୩ା୮(ବ୍ୟୁରୋ) – କରୋନା ମୁକାବିଲାକୁ ରାଜ୍ୟ ସରକାର ଆହୁରି ବ୍ୟାପକ କରିଛନ୍ତି। ବିଶେଷକରି ପଜିଟିଭ୍‌ ଚିହ୍ନଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୪୦ ହଜାରରୁ ଅଧିକ କୋଭିଡ୍‌ ଟେଷ୍ଟ କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି, ରାଜ୍ୟରେ କ୍ରମାଗତ ଭାବେ ଗତ ୪ଦିନ ହେବ ଟେଷ୍ଟ ପରିମାଣ ବୃଦ୍ଧି ହୋଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଦୈନିକ ୫୦ ହଜାରରୁ ଅଧିକ ଟେଷ୍ଟ କରାଯିବ। ଏଥିମଧ୍ୟରେ ଆର୍‌ଟି ପିସିଆର, ଆଣ୍ଟିଜେନ୍‌ ଓ ଟ୍ରୁନେଟ୍‌ କୋଭିଡ୍‌ ଟେଷ୍ଟ ଆଦି ରହିଛି। ଟେଷ୍ଟ ସଂଖ୍ୟା ଯେତେ ପରିମାଣରେ ବୃଦ୍ଧିପାଇବ ପଜିଟିଭ୍‌ ସଂଖ୍ୟା ସେତେ ଅଧିକ ରହିବାର ଆଶଙ୍କା ରହିଛି। ଏନେଇ ଚିନ୍ତିତ ନ ହୋଇ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଜେନା ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Share