କରୋନା ଟିକା ନେଲେ ୫୦୨ ବରିଷ୍ଠ ନାଗରିକ

ବୁଗୁଡ଼ା,୭।୩ : ବରିଷ୍ଠ ନାଗରିକ ଓ ୪୫ ରୁ ୫୯ ବର୍ଷ ବୟସ ମଧ୍ୟରେ ଗୁରୁତର ରୋଗୀଙ୍କ ପାଇଁ ମାର୍ଚ୍ଚ ୧ ତାରିଖରୁ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ବୁଗୁଡ଼ା ବ୍ଲକର ୫୦୨ ଜଣ ବରିଷ୍ଠ ନାଗରିକ ଓ ୨୨ ଜଣ ଗୁରୁତର ରୋଗୀ ଟିକା ଗ୍ରହଣ କରିଥିବା ସୂଚନା ମିଳିଛି l ମେଡିକାଲ ଅଫିସର ଡ. ଶୁଭାଶିଷ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ଟିକାକରଣ କାର୍ଯ୍ୟକ୍ରମକୁ ବିପିଏମ୍‌ ବିଶ୍ୱଜିତ ପ୍ରଧାନ, ବିଡିଏମ ସଂଗ୍ରାମ କୁମାର ପ୍ରଧାନ ପରିଚାଳନା କରିଛନ୍ତି।

Share