ଢେଙ୍କାନାଳ ଅଫିସ, ୨୩।୧୨: ଭୁବନେଶ୍ୱର ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଭରେନ୍ସରେ ମିଶନ ଶକ୍ତି ଇ-ମାର୍କେଟ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ମିଶନ ଶକ୍ତି ବଜାରର ଶିଳାନ୍ୟାସ କରିଥିବାବେଳେ ପ୍ରତି ଜିଲାରେ ମିଶନ ଶକ୍ତି ବଜାର ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)କୁ ଅଧିକ କ୍ରିୟାଶୀଳ କରିବା ଲାଗି ପ୍ରତି ଜିଲାକୁ ୧ କୋଟି ଟଙ୍କା ପ୍ରଦାନ କରାଯିବ। ଢେଙ୍କାନାଳ ଜିଲାର ଏସ୍ଏଚ୍ଜିକୁ ସଶକ୍ତ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଲାଗି ୫୧ଲକ୍ଷ ୪୪ ହଜାର ଟଙ୍କା ପ୍ରଦାନ କରାଯାଇଛି।