Categories: ଜାତୀୟ

୩ଟା ସୁଦ୍ଧା ୟୁପିରେ ୫୧.୯୩% ମତଦାନ

ଲକ୍ଷ୍ନୋ,୧୪।୨: ପ୍ରଥମ ପର୍ଯ୍ୟାୟ ପରେ ସୋମବାର ଉତ୍ତରପ୍ରଦେଶର ୫୫ ଆସନରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଳିଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ସାଢେ ୩ଟା ସୁଦ୍ଧା ୫୧.୯୩% ମତଦାନ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୫୮୪ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ।

ବିରୋଧୀ ଭାଜପା ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା ବେଳେ ଏହି ନିର୍ବାଚନକୁ ମୋଦି ସରକାରଙ୍କ ଲୋକପ୍ରିୟତାର ଅସଲ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି।

Share