Categories: ଜାତୀୟ

୫୧% ପିଏମ୍‌ କେୟାର୍ସ ଆବେଦନ ଖାରଜ

ନୂଆଦିଲ୍ଲୀ,୧୬ା୭(ପି.ଟି.) : କୋଭିଡ୍‌ ମହାମାରୀରେ ମାଆବାପାଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ପିଏମ୍‌ କେୟାର୍ସ ଯୋଜନାରେ ଆସିଥିବା ଅର୍ଦ୍ଧାଧିକ ଆବେଦନପତ୍ର ଖାରଜ ହୋଇଯାଇଛି। ଭାରତରେ କୋଭିଡ୍‌ ମହାମାରୀ ଉଗ୍ର ରୂପ ନେଇଥିବାବେଳେ ୨୦୨୧ ମେ’ ୨୯ରେ କେନ୍ଦ୍ର ସରକାର ପିଏମ୍‌ କେୟାର୍ସ ଯୋଜନା ଆରମ୍ଭ କରିଥିଲେ। ୨୦୨୦ ମାର୍ଚ୍ଚ ୧୧ରୁ ୨୦୨୩ ମେ’ ୫ ମଧ୍ୟରେ ମାଆବାପା, ଆଇନଗତ ଅଭିଭାବକ, ପୋଷ୍ୟ ଗ୍ରହଣ କରିଥିବା ମାଆବାପାଙ୍କୁ ହରାଇଥିବା ପିଲାମାନଙ୍କୁ ସହାୟତା ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ। ସରକାରୀ ତଥ୍ୟ ଅନୁଯାୟୀ ଏହି ଯୋଜନାରେ ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୧୩ ଜିଲାରୁ ୯,୩୩୧ ଆବେଦନପତ୍ର ମିଳିଥିଲା। ସେଥିରୁ ମାତ୍ର ୪,୫୩୨ ଆବେଦନପତ୍ରକୁ ମଞ୍ଜୁରୀ ମିଳିଥିବାବେଳେ ୪,୭୮୧ ଆବେଦନ (୫୧ ପ୍ରତିଶତ) ଖାରଜ ହୋଇଯାଇଛି। ଅନ୍ୟ ୧୮ଟି ଆବେଦନ ଅନୁମୋଦନ ଅପେକ୍ଷାରେ ପଡ଼ିରହିଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ତେବେ ଆବେଦନପତ୍ର ଖାରଜ ହେବାର କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇ ନାହିଁ।

ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରୁ ସର୍ବାଧିକ ୧,୫୫୩, ୧,୫୧୧ ଏବଂ ୧,୦୦୭ ଆପ୍ଲିକେଶନ ଆସିଥିଲା। ମହାରାଷ୍ଟ୍ରର ୮୫୫ ଆବେଦନପତ୍ର ମଞ୍ଜୁର ହୋଇଥିବାବେଳେ ରାଜସ୍ଥାନରୁ ୨୧୦ ଏବଂ ଉତ୍ତରପ୍ରଦେଶରୁ ୪୬୭ ଆବେଦନକୁ ମଞ୍ଜୁରୀ ମିଳିଛି। କୋଭିଡ୍‌ରେ ଅନାଥ ହୋଇଥିବା ପିଲାମାନଙ୍କୁ ଦୀର୍ଘମିଆଦୀ ଭାବେ ବିସ୍ତୃତ ଯତ୍ନ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଏହି ଯୋଜନାର ଲକ୍ଷ୍ୟ, ଯେଉଁଥିରେ ପିଲାମାନେ ୨୩ ବର୍ଷ ବୟସରେ ପହଞ୍ଚତ୍ବା ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟବୀମା, ଶିକ୍ଷାଗତ ସଶକ୍ତୀକରଣ ଏବଂ ଆର୍ଥତ୍କ ସହାୟତା ଯୋଗାଇ ଦିଆଯିବ।

Share