କାନାଡାରେ ଓମିକ୍ରନ୍ ସବ ଭାରିଏଣ୍ଟ ଦ୍ୱାରା ୫୧ ସଂକ୍ରମିତ

ଓଟାୱା,୨୭ ।୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱରେ ଦୃତ ଗତିରେ ମାଡି ଚାଲିଛି । ଏବେ ଏହା ଅନେକ ଦେଶରେ ପିକ୍‌ରେ ରହିଛି । ଇତିମଧ୍ୟରେ କାନାଡା ସ୍ଥାନୀୟ ମିଡିଆର ସୂଚନା ଅନୁଯାୟୀ, ସେଠାରେ ଓମିକ୍ରନର ସବଭାରିଏଣ୍ଟ(ଉପବଂଶ) ବିଏ.୨ ଦ୍ୱାରା ୫୧ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ବିଦେଶରୁ ଆସିଥିବା ଯାତୀଙ୍କ ମାଧ୍ୟମରେ ଏହା କାନାଡାରେ ପହଞ୍ଚିଥିବା ଗଣମାଧ୍ୟମ ସୂଚନା ଦେଇଛି । ଏହି ସବଭାରିଣ୍ଟ ଓମିକ୍ରନ୍‌ଠାରୁ ବି ଦୃତ ଗତିରେ ସଂକ୍ରମଣ କରୁଛି । ଏବେ ପର୍ଯ୍ୟନ୍ତ ଏହା ୪୦ଟି ଦେଶରେ ପହଞ୍ଚି ସାରିଲାଣି । ପ୍ରଥମେ ଏହି ସବ୍‌ଭାରିଏଣ୍ଟ ସମ୍ପର୍କରେ ନଭେମ୍ବରରେ ଜଣାପଡିଥିଲା ।

Share