୧୨ ରାଜ୍ୟରେ ୫୧ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତ …

ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍‌ ପରେ ଏବେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଯୋଗୁ ପୁଣି ବିପଦ ମାଡ଼ି ଆସୁଛି। ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୨ ରାଜ୍ୟରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ର ୫୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସର୍ବାଧିକ ୨୨ ଜଣ ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି। ସେହିପରି ତାମିଲନାଡୁରେ ୯ ଜଣ, ମଧ୍ୟପ୍ରଦେଶରେ ୭, କେରଳରେ ୩, ପଞ୍ଜାବ-ଗୁଜରାଟରେ ୨-୨, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ହରିୟାଣା, ଜମ୍ମୁ-କଶ୍ମୀର, କର୍ନାଟକରେ ଜଣେ ଜଣେ ଆକାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପ୍ରତି ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଛି ବୋଲି ଏନ୍‌ସିଡିସିର ନିର୍ଦ୍ଦେଶକ ସୁୂଜିତ ସିଂ କହିଛନ୍ତି। ଗତ ୩ ମାସ ମଧ୍ୟରେ ଏହି ସଂକ୍ରମଣ ହୋଇଥିବା ସେ କହିଛନ୍ତି। ତେବେ ଏହା ବିରୋଧରେ ଦୃଢ଼ ରଣନୀତି ଆଧାରରେ ଲଢ଼େଇ କରାଯିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି।

Share