ଗାଁରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ: ୫୧ ମୃତ

କିଭ୍‌,୬ା୧୦: ୟୁକ୍ରେନ୍‌ ପୂର୍ବଭାଗରେ ଥିବା କୁପିଆନ୍‌ସ୍କ ସହର ନିକଟ ଏକ ଗାଁରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ୫୧ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ଯୁଦ୍ଧ ଆରମ୍ଭରୁ ଇତିମଧ୍ୟରେ ସାଧାରଣ ଲୋକଙ୍କ ବିରୋଧରେ ଏହା ସବୁଠୁ ଭୟାବହ ଆକ୍ରମଣ ବୋଲି ୟୁକ୍ରେନ୍‌ ଅଧିକାରୀ କହିଛନ୍ତି। ଖର୍ପିଭ୍‌ ଅଞ୍ଚଳର ହ୍ରୋଜାରେ ଥିବା ଏକ କେଫ୍‌ ଓ ଏକ ଦୋକାନ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା ବୋଲି ୟୁକ୍ରେନ୍‌ ଆଭ୍ୟନ୍ତରୀଣ ମନ୍ତ୍ରୀ ଇହୋର କ୍ଲିମେଙ୍କୋ ପ୍ରକାଶ କରିଛନ୍ତି।

Share